ଓଡିଶା

odisha

By

Published : Oct 19, 2020, 4:36 PM IST

ETV Bharat / bharat

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସଂକ୍ରମଣ ମନ୍ତବ୍ୟକୁ ନେଇ ସତ୍ୟେନ୍ଦ୍ରଙ୍କ ପ୍ରଶ୍ନ

ଦେଶର ବିଭିନ୍ନ ରାଜ୍ୟରେ କୋରୋନାର ଗୋଷ୍ଠୀ ସଂକ୍ରମଣ ପ୍ରମାଣ ଦେଖିବାକୁ ମିଳୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାରେ ମନ୍ତବ୍ୟ ଦେଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଅଧିକ ପଢନ୍ତୁ...

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ  ମତ ପ୍ରକାଶ କଲେ ସତ୍ୟେନ୍ଦ୍ର ଜୈନ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ମତ ପ୍ରକାଶ କଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ମନ୍ତବ୍ୟକୁ ନେଇ ମତ ପ୍ରକାଶ କଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଦେଶର ବିଭିନ୍ନ ରାଜ୍ୟରେ କୋରୋନାର ଗୋଷ୍ଠୀ ସଂକ୍ରମଣ ପ୍ରମାଣ ଦେଖିବାକୁ ମିଳୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାରେ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଯଦି ଏକ ଲକ୍ଷ କୋରୋନା ମାମଲାକୁ ଗୋଷ୍ଠୀ ସଂକ୍ରମଣ ବୋଲି ବିବେଚନା କରାଯାଉନାହିଁ । ତେବେ କେବେ ଏହାକୁ ବିବେଚନା କରାଯିବ ।

‘ମୁଁ ମାସେ ହେବ ଏହା କହିଆସୁଥିଲି । କିନ୍ତୁ ଜଣାନାହିଁ କଣ ସମସ୍ୟା ଥିଲା ଏହାକୁ ସ୍ବିକାର କରିବା ପାଇଁ । ଯଦି ଲକ୍ଷ ଲକ୍ଷ ମାମଲା ଗୋଷ୍ଠୀ ସଂକ୍ରମଣ ବୋଲି ବିବେଚନା କରାଯାଏ ନାହିଁ । ତେବେ ଏହାକୁ କେବେ ବିଚାର କରାଯିବ?’ ବୋଲି ସତ୍ୟନ୍ଦ୍ର ଜୈନ ପ୍ରଶ୍ନ କରିଛନ୍ତି । ଦିଲ୍ଲୀର ମେଡିକାଲଗୁଡ଼ିକରେ 5034 ବେଡ ଉପଲବ୍ଧ ରହିଛି । ଏବେବି ପ୍ରାୟ 70 ପ୍ରତିଶତ ବେଡ୍ ଉପଲବ୍ଧ ଅଛି ବୋଲି ସେ କହିଛନ୍ତି ।

ଗତ ଏକ ମାସ ପୂର୍ବରୁ ଯାହା ପରିସ୍ଥିତି ଥିଲା ତା ଅପେକ୍ଷା ବର୍ତ୍ତମାନ ପରିସ୍ଥିତି ଟିକେ ଭଲ ରହିଛି । ତଥାପି ସମସ୍ତଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି । ଯାହାଫଳରେ ପର୍ବପର୍ବାଣୀ ଋତୁରେ କୋରୋନା ସଂକ୍ରମଣ କମ ରହିବ ।

ABOUT THE AUTHOR

...view details