ଓଡିଶା

odisha

By

Published : Jul 5, 2020, 4:28 PM IST

ETV Bharat / bharat

ଗୁଗୁଲ ଫିଟବିଟର 2.1 ବିଲିୟନ ଡିଲ୍‌ରେ ନଜର ରଖିଛି EU

2.1 ବିଲିୟନ ଗୁଗୁଲ ଫିଟ-ବିଟ୍ ଡିଲ୍ ପାଇଁ ୱାଚଡଗ୍ ଜୁଲାଇ 20 ଯାଏଁ ସମୟସୀମା ବୃଦ୍ଧି କରିଛି । ଏହାକୁ ନେଇ ୟୁରୋପିଆନ ୟୁନିୟନ ପରିଚାଳକ ଗୁଗୁଲକୁ ପ୍ରଶ୍ନ କରିଛନ୍ତି ।

ଗୁଗୁଲ ଫିଟବିଟ
ଗୁଗୁଲ ଫିଟବିଟ

ଲଣ୍ଡନ: 2.1 ବିଲିୟନ ଗୁଗୁଲ ଫିଟ-ବିଟ୍ ଡିଲ୍ ପାଇଁ ୱାଚଡଗ୍ ଜୁଲାଇ 20 ଯାଏଁ ସମୟସୀମା ବୃଦ୍ଧି କରିଛି । ଫାଇନାନ୍ସିଆଲ୍ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀଗୁଡିକୁ ପଠାଯାଇଥିବା ପ୍ରଶ୍ନ ଗୁଡିକରୁ ଜଣାପଡିଛି ଯେ ଆଗକୁ ଆହୁରି ବିସ୍ତୃତ ଆଲୋଚନା କରାଯିବା ଜରୁରୀ । ୟୁରୋପିଆନ ୟୁନିୟନ ପରିଚାଳକ ପ୍ରଶ୍ନ କରିଛନ୍ତି ଯେ, କଣ ଗୁଗୁଲ ଫିଟବିଟ୍ ଡିଲ୍ ଗୁଗୁଲର ପ୍ଲେଷ୍ଟୋର ହୋଷ୍ଟ କରୁଥିବା ଫିଟନେସ ଟ୍ରାକିଂ ଆପ୍ସକୁ କ୍ଷତି ପହଞ୍ଚାଇବ ।

ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ସ୍ବାସ୍ଥ୍ୟ ଓ କାର୍ଯ୍ୟକଳାପ ତଥ୍ୟକୁ ସ୍କୁପ୍ କରିବା ପାଇଁ ଟେକ୍ ଜଏଣ୍ଟର ଯୋଜନାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ନିୟାମକମାନେ ଏହି ସମସ୍ତ ତଥ୍ୟକୁ ଟ୍ୟାପ୍ କରିବାକୁ ଟେକ୍ ଜଏଣ୍ଟ୍ ଅନୁମତି ଦିଆଯିବା ଉଚିତ କି ନାହିଁ ତାହା ବିଚାର କରୁଛନ୍ତି ।

ୟୁରୋପୀୟ ଡାଟା ପ୍ରୋଟେକସନ୍ ବୋର୍ଡ (ଇଡିପିବି) ଏକ ପୂର୍ବ ବିବୃତ୍ତିରେ ଲେଖିଛି, ଏକ ପ୍ରମୁଖ ବୈଷୟିକ କମ୍ପାନୀ ଦ୍ବାରା ୟୁରୋପରେ ଲୋକଙ୍କ ସମ୍ବନ୍ଧରେ ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟର ସମ୍ଭାବ୍ୟ ମିଶ୍ରଣ ଓ ମୌଳିକ ଅଧିକାର ପାଇଁ ଏକ ଉଚ୍ଚ ସ୍ତରର ବିପଦ ସୃଷ୍ଟି କରିପାରେ। ଇୟୁରେ ଗୋପନୀୟତା କିପରି ପରିଚାଳିତ ହୁଏ ଓ ଏହି ଡିଲ୍ ଚାଲିଛି କି ନାହିଁ ତାହା ଉପରେ ଏକ ବଡ ପ୍ରଭାବ ପଡିବ ।

EDPB ଏକ ସ୍ମାରକପତ୍ର ଦେଇ କହିଛି ଯେ, ଏହି ମିଶ୍ରଣ ସମ୍ବନ୍ଧରେ ଗୁଗୁଲ ଓ ଫିଟବିଟ୍ ଡାଟା ସୁରକ୍ଷା ଆବଶ୍ୟକତା ଏବଂ ଗୋପନୀୟତା ପ୍ରଭାବର ଏକ ସ୍ବଚ୍ଛ ମୂଲ୍ୟାଙ୍କନ କରିବାକୁ ବାଧ୍ୟ। ଆମେରିକାର ନ୍ୟାୟ ବିଭାଗ ଓ ଅଷ୍ଟ୍ରେଲିଆର ପ୍ରତିଯୋଗିତା ଗ୍ରାହକ ଆୟୋଗ ମଧ୍ୟ ଏହି ଡିଲକୁ ନେଇ ଚିନ୍ତା ବଢାଇଛନ୍ତି।

ଏସିସିସି ଚେୟାରମ୍ୟାନ୍ ରୋଡ୍ ସିମ୍ଙ୍କ ଅନୁଯାୟୀ, ଫିଟବିଟ୍ କିଣିବା ଗୁଗୁଲକୁ ଉପଭୋକ୍ତା ତଥ୍ୟର ଏକ ବିସ୍ତୃତ ସେଟ୍ ନିର୍ମାଣ କରିବାକୁ ଅନୁମତି ଦେବ । ଏହାର ସ୍ଥିତିକୁ ଆହୁରି ଦୃଢ କରିବ ଓ ସମ୍ଭାବ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ପ୍ରବେଶରେ ପ୍ରତିବନ୍ଧକ ସୃଷ୍ଟି କରିବ। ଗୁଗୁଲ ଗତ ବର୍ଷ ଶେଷରେ 2.1 ବିଲିୟନ ଡଲାରରେ ଫିଟବିଟ୍ ଅର୍ଜନ କରିଥିଲା ।

ABOUT THE AUTHOR

...view details