ନାଇରୋବି: ଇଥିଓପିଆର ବିମାନ ବୋଇଂ 737 ଦୁର୍ଘଟଣାଗ୍ରସ୍ତ । ଏହି ବିମାନଟି ଇଥିଓପିଆର ଆଦ୍ଦିସର ଆବାବାରୁ କେନିଆର ନାଇରୋବିକୁ ଯାଉଥିଲା । ବିମାନରେ ସର୍ବମୋଟ 157 ଜଣ ଯାତ୍ରୀ ଓ 8 ଜଣ କର୍ମଚାରୀ ଥିଲେ । ତେବେ ଦୁର୍ଘଟଣା ରବିବାର ସକାଳ 8ଟା 44 ସମୟରେ ହୋଇଥିବା ବିମାନ ସଂସ୍ଥାର କର୍ମଚାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଇଥିଓପିଆନ ବିମାନ ଦୁର୍ଘଟଣାଗ୍ରସ୍ତ, 157 ମୃତ
ଇଥୋପିଆରେ ବୋଇଂ 737 ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ସର୍ବମୋଟ 157 ଜଣ ଯାତ୍ରୀ ଓ 8 ଜଣ କର୍ମଚାରୀ ଥିଲେ ।
ଫଟୋ ସୌଜନ୍ୟ: ସୋସିାଲ ମିଡିଆ
ସୂଚନା ଅନୁସାରେ, ଆଦ୍ଦିସରୁ ଉଡାଣ ଭରିବାର 6 ମିନିଟ ଭିତରେ ସଂଯୋଗ ବିଛିନ୍ନ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଜଣାପଡିନାହିଁ ।
ଘଟଣା ପରେ ଇଥଓପିଆର ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଟ୍ବିଟର ମାଧ୍ୟମରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆପଣଙ୍କୁ ଜଣାଇଦିଆଯାଉଛି କି ଇଥଓପିଆନ ଏୟାରଲାଇନ୍ସ ଆଫ୍ରିକାର ସର୍ବବୃହତ ବିମାନ ସଂସ୍ଥା ।
Last Updated : Mar 10, 2019, 4:33 PM IST