ନୂଆଦିଲ୍ଲୀ: ମିଜୋରାମର ଚାରି ବର୍ଷର ଶିଶୁ ଏଷ୍ଟର ହନମେଟେଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଷ୍ଟର ହାନମେଟଙ୍କ ଗୀତ ‘ମା ତୁଝେ ସଲାମ ... ବନ୍ଦେ ମାତରମ’ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ରିଟ୍ବିଟ କରିଛନ୍ତି ମୋଦି ।
4 ବର୍ଷର ଶିଶୁ ଗାଇଲା ‘ମା ତୁଝେ ସଲାମ..’ ପ୍ରଶଂସାରେ ମୋଦି - ମିଜୋରାମର ଚାରି ବର୍ଷର ଶିଶୁ
ମିଜୋରାମର ଚାରି ବର୍ଷର ଶିଶୁ ଏଷ୍ଟର ହନମେଟେଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...
ଏଷ୍ଟର ହନମେଟେ
କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା, ଏ.ଆର ରହମାନ ମଧ୍ୟ ହନମେଟେର ଏହି ଭିଡିଓକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୀତଟିକୁ ନେଇ ଗର୍ବିତ ବୋଲି କହିଛନ୍ତି ।
ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା ଟ୍ବିଟ୍ କରି ପ୍ରଥମେ ଏହି ଭିଡିଓ ଦେଇଥିଲେ । ଏଥିସହ ଏ.ଆର୍ ରେହମାନ ଏଷ୍ଟର ହାନମେଟଙ୍କୁ ପ୍ରଶଂସା କରିବା ସହ କହିଥିଲେ ଯେ ଏହି ସୁନ୍ଦର ଶିଶୁ କନ୍ୟାର ଶୈଳୀ ଆଶ୍ଚର୍ଯ୍ୟଜନକ ଅଟେ। ପୂର୍ବତନ ସେନା ମୁଖ୍ୟ ବେଦ ମଲିକ ମଧ୍ୟ ଏହି ଝିଅଟିକୁ ପ୍ରଶଂସା କରିଛନ୍ତି ।