ନୂଆଦିଲ୍ଲୀ:କୋରୋନା ସଙ୍କଟ ମଧ୍ୟରେ ସଂସଦରେ ଜାରି ରହିଛି ମୌସୁମୀ ଅଧିବେଶନ । ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ପାରିତ ହୋଇସାରିଲାଣି । ଏହି କ୍ରମରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପାଇସାରିଥିବା ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ ଲୋକସଭାରେ ପାରିତ ହୋଇଛି ।
ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ ଲୋକସଭାରେ ପାରିତ - ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ
ମଙ୍ଗଳବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପାଇସାରିଥିବା ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ ଲୋକସଭାରେ ପାରିତ ହୋଇଛି । ଚାଷୀମାନେ ସେମାନଙ୍କ ଦ୍ବାରା ଉତ୍ପାଦିତ ଫସଲକୁ ଦେଶର ଯେକୌଣସି ସ୍ଥାନରେ, ଯେକୌଣସି ବ୍ୟକ୍ତି ବା ସଂସ୍ଥାକୁ ବିକ୍ରି କରିପାରିବେ । ଅଧିକ ପଢନ୍ତୁ...
ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ ଲୋକସଭାରେ ପାରିତ
ଉତ୍ପାଦିତ ଫସଲ ବିକ୍ରି ଏବଂ ସେ ବାବଦରେ ଅଗ୍ରୀମ ବୁଝାମଣା ସମ୍ପର୍କିତ ଦୁଇଟି ଅଧ୍ୟାଦେଶ ଜାରି କରିବା ସକାଶେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ୍ ଅନୁମୋଦନ କରିଥିଲେ । ଏହି ବିଲ ପାରିତ ହେବା ଫଳରେ ଚାଷୀମାନେ ସେମାନଙ୍କ ଦ୍ବାରା ଉତ୍ପାଦିତ ଫସଲକୁ ଦେଶର ଯେ କୌଣସି ସ୍ଥାନରେ, ଯେ କୌଣସି ବ୍ୟକ୍ତି ବା ସଂସ୍ଥାକୁ ବିକ୍ରି କରିପାରିବେ ।