ଓଡିଶା

odisha

ETV Bharat / bharat

ମାର୍କେଟକୁ ଆସିଲା ଦେଶୀ RTPCR କିଟ୍, ଏଣିକି ଦେଢ ଘଣ୍ଟାରେ ମିଳିବ ରିପୋର୍ଟ - RT-PCR KIT

ଭାରତରେ ଏକ ଷ୍ଟାର୍ଟଅପ RT-PCR ଡାଇଗ୍ନୋଷ୍ଟିକ୍ କିଟ୍ ବିକଶିତ କରିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ସହଯୋଗରେ ଇକ୍ବାଇନ୍ ବାୟୋଟେକ୍ ନାମକ ଷ୍ଟାର୍ଟଅପ COVID-19 ର ସଠିକ୍ ଏବଂ ସୁଲଭ ନିରାକରଣ ପାଇଁ କିଟ ବିକଶିତ କରିଛି । ଅଧିକ ପଢନ୍ତୁ...

ଭାରତୀୟ ଷ୍ଟାର୍ଟଅପ ବିକଶିତ କଲା ନୂତନ RT-PCR ଡାଇଗ୍ନୋଷ୍ଟିକ୍ କିଟ୍
ଭାରତୀୟ ଷ୍ଟାର୍ଟଅପ ବିକଶିତ କଲା ନୂତନ RT-PCR ଡାଇଗ୍ନୋଷ୍ଟିକ୍ କିଟ୍

By

Published : Sep 26, 2020, 7:47 PM IST

ନୂଆଦିଲ୍ଲୀ:ମାର୍କେଟକୁ ଆସିଲା ଦେଶୀ RT-PCR ଡାଇଗ୍ନୋଷ୍ଟିକ୍ କିଟ୍ । ଆଉ 8ରୁ 9 ଘଣ୍ଟା ରିପୋର୍ଟ ପାଇଁ ଅପେକ୍ଷା କରିବାକୁ ପଡିବନି । ମାତ୍ର 1.5 ଘଣ୍ଟାରେ ଆସିବ ରିପୋର୍ଟ । ଦେଶର ଏକ ଷ୍ଟାର୍ଟଅପ RT-PCR ଡାଇଗ୍ନୋଷ୍ଟିକ୍ କିଟ୍ ବିକଶିତ କରିଛି । ଯାହା 1.5 ଘଣ୍ଟା ମଧ୍ୟରେ କୋରୋନା ପରୀକ୍ଷା ରିପୋର୍ଟ ପ୍ରଦାନ କରିବ । କୋରୋନା ମହାମାରୀ ମୁକାବିଲା ପାଇଁ ସବୁବେଳେ ଅନ୍ୟ ଉପରେ ନିର୍ଭର କରୁଥିବା ଭାରତ ଏବେ ଆତ୍ମନିର୍ଭର ହୋଇଛି ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ସହଯୋଗରେ ଇକ୍ବାଇନ୍ ବାୟୋଟେକ୍ ନାମକ ଷ୍ଟାର୍ଟଅପ COVID-19 ର ସଠିକ୍ ଏବଂ ସୁଲଭ ନିରାକରଣ ପାଇଁ 'ଗ୍ଲୋବାଲ୍ ଟିଏମ୍ ଡାଇଗ୍ନୋଷ୍ଟିକ କିଟ୍' ନାମକ ଏକ ସ୍ବଦେଶୀ RT- PCR ଡାଇଗ୍ନୋଷ୍ଟିକ୍ କିଟ୍ ବିକଶିତ କରିଛି |

ଇଣ୍ଡିଆନ୍ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ବାରା ଅନୁମୋଦିତ COVID-19 ଡାଇଗ୍ନୋଷ୍ଟିକ୍ ଲ୍ୟାବରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଛି | ରୋଗୀ ନମୁନାରେ SARS-CoV-2 ର ଉପସ୍ଥିତି ସୁନିଶ୍ଚିତ କରିବାକୁ ପ୍ରାୟ 1.5 ଘଣ୍ଟା ସମୟରେ ହୋଇପାରିବ ବୋଲି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ପକ୍ଷରୁ କୁହାଯାଇଛି ।

କୋରୋନା ରୋଗୀଙ୍କୁ RTPCR ଟେଷ୍ଟରେ ରିପୋର୍ଟ ଜାଣିବା ପାଇଁ ଲୋକଙ୍କୁ 9 ଘଣ୍ଟା ଅପେକ୍ଷା କରିବା ପାଇଁ ପଡୁଛି । ତେଣୁ ଏହା ଯଦି ସଠିକ ଭାବରେ କାର୍ଯ୍ୟକରେ କୋରୋନା ମୁକାବିଲାରେ ଲୋକଙ୍କୁ ସହାୟତା ହୋଇପାରିବ ।

@ANI

ABOUT THE AUTHOR

...view details