ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ନାହିଁ ଖାତିର, ପାର୍କରେ ଚାଲିଛି କ୍ରିକେଟ ଖେଳ - Chhatrapati Shivaji Maharaj Park

ପ୍ରଧାନମନ୍ତ୍ରୀଙ୍କ ଅପିଲ ସତ୍ତ୍ବେ ଶନିବାର ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ପାର୍କରେ ଲୋକଙ୍କୁ କ୍ରିକେଟ ଖେଳିବା ସହ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ନାହିଁ ଖାତିର, କୋରୋନା ଭୟ ସତ୍ତ୍ବେ ପାର୍କରେ ଚାଲିଛି କ୍ରିକେଟ ଖେଳ
ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ନାହିଁ ଖାତିର, କୋରୋନା ଭୟ ସତ୍ତ୍ବେ ପାର୍କରେ ଚାଲିଛି କ୍ରିକେଟ ଖେଳ

By

Published : Mar 21, 2020, 1:10 PM IST

ମୁମ୍ବାଇ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାରତରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପିରି ସ୍ଥିତିରେ ବି ଦେଶରେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଭାଇରସର ଭୟକୁ କରୁନାହାନ୍ତି ଖାତିର । ପ୍ରଧାନମନ୍ତ୍ରୀଙ୍କ ଅପିଲ ସତ୍ତ୍ବେ ଶନିବାର ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ପାର୍କରେ ଲୋକଙ୍କୁ କ୍ରିକେଟ ଖେଳିବା ସହ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି ।

କୋରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ରଠୁ ନେଇ ରାଜ୍ୟସରକାର ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ରବିବାର ଜନତା କର୍ଫ୍ୟୁ ପାଇଁ ବି ଅପିଲ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ମୁମ୍ବାଇରେ ଏହି ସତର୍କତା ପରାମର୍ଶ ଲୋକଙ୍କ ଉପରେ ଯେପରି ପ୍ରଭାବଶୂନ୍ୟ ଭଳି ମନେହେଉଛି । ଗୋଟିଏ ସ୍ଥାନରେ ଏକଜୁଟ ନହେବାକୁ ପ୍ରଧାନମନ୍ତ୍ରୀ ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବାରମ୍ବାର ଅପିଲ କରୁଥିଲେ ମଧ୍ୟ ଶନିବାର ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ପାର୍କରେ ଲୋକେ ମର୍ଣ୍ଣିଂ ଓ୍ବାକ୍‌, ବ୍ୟାୟମ କରୁଥିବା ନଜର ଆସିଛନ୍ତି । କେବଳ ଏତିକି ନୁହେଁ ଲୋକେ ଏଠାରେ କ୍ରିକେଟ ମଧ୍ୟ ଖେଳୁଛନ୍ତି ।

ଦେଶରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ଭାରତରେ 258 ଛୁଇଁଲାଣି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଗୋଟିଏ ସ୍ଥାନରେ ଜନସାଧାରଣଙ୍କୁ ଏକଜୁଟ ନହେବାକୁ ପରାମର୍ଶ ଦିଆଯାଉଛି ।

@ANI

ABOUT THE AUTHOR

...view details