ଶିମଲା: ଶନିବାର ଉଦ୍ଘାଟନ ହେବାପରେ ଅଟଳ ଟନେଲ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ଉଦ୍ଘାଟନୀ ଉତ୍ସବର ପ୍ରଥମ ଦିନରେ 250 ରୁ ଅଧିକ ଛୋଟ ଏବଂ ବଡ ଗାଡି ଟନେଲ ଦେଇ ଗତି କରିଥିଲା । ରବିବାର ଦିନ ମଧ୍ୟ ଅନେକ ଲୋକ ଟନେଲ୍ ଦେଖିବାକୁ ଏକତ୍ରିତ ହୋଇଥିଲେ । ସାଧାରଣ ଜନତାଙ୍କ ପାଇଁ ଅଟଳ ଟନେଲ ଖୋଲିବା ସହିତ ବିଆରଓ ପକ୍ଷରୁ ଏନେଇ ଏକ ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ଯାନ ପାଇଁ ଟନେଲ ଖୋଲାଯାଇଛି, କିନ୍ତୁ ଡିଜେଲ-ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଗୁଡ଼ିକୁ ଟନେଲ ଦେଇ ଯିବାକୁ ଅନୁମତି ଦିଆଯାଇନାହିଁ । ତେବେ ଜରୁରୀକାଳୀନ ପରିସ୍ଥିତିରେ ସେମାନେ ବିଆରଓରୁ ଅନୁମତି ନେଇ ଟନେଲ ଦେଇ ଯାଇପାରିବେ ବୋଲି କୁହାଯାଇଛି ।
ଏହା ବ୍ୟତୀତ ଟନେଲରୁ ପ୍ରତିଦିନ ଦୁଇ ଘଣ୍ଟା ପାଇଁ ଟ୍ରାଫିକ ବନ୍ଦ ରହିବ। ଏଥି ସହିତ ପେଟ୍ରୋଲ ଏବଂ ଡିଜେଲ ଟ୍ୟାଙ୍କର୍ ଏବଂ ଏଲପିଜି ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ପରିବହନ କରୁଥିବା ଯାନବାହନ ଟନେଲ ମାଧ୍ୟମରେ ଚଳାଚଳ ହେବ ନାହିଁ।