ଓଡିଶା

odisha

ETV Bharat / bharat

'ଦୁଇ ଦେଶର ସଦସ୍ୟ ପାଖରେ ଦେଶଭକ୍ତ କେଉଁଠୁ ଆସିବ'

ଭାରତ-ଚୀନ ସଂଘର୍ଷକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ ହୋଇଥିବାବେଳେ, କଂଗ୍ରେସକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ସାଂସଦ ପ୍ରଜ୍ଞା ଠାକୁର । ଅଧିକ ପଢନ୍ତୁ...

By

Published : Jun 29, 2020, 4:46 PM IST

'ଦୁଇ ଦେଶର ସଦସ୍ୟ ପାଖରେ ଦେଶ ଭକ୍ତ କେଉଁଠୁ ଆସିବ'
'ଦୁଇ ଦେଶର ସଦସ୍ୟ ପାଖରେ ଦେଶ ଭକ୍ତ କେଉଁଠୁ ଆସିବ'

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନରୁ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଦେଶ ଭକ୍ତି ଉପରେ ପ୍ରଶ୍ନ କରିଛନ୍ତି । ସେ ସିଧାସଳଖ ରାହୁଲଙ୍କ ନାଁ ନନେଇ କହିଛନ୍ତି ଯେ, ''ଜଣେ ବିଦେଶୀ ମହିଳାଙ୍କ ସହ ଜନ୍ମ ହୋଇଥିବା ବ୍ୟକ୍ତି କେବେ ହେଲେ ରାଷ୍ଟ୍ରଭକ୍ତ ହୋଇପାରିବ ନାହିଁ । ଯିଏ 2ଟି ଦେଶର ସଦସ୍ୟତା ଧରିକି ବସିଛି ସେ ତା ନିକଟରେ ରାଷ୍ଟ୍ରଭକ୍ତି କିପରି ଆସିବ'' । ପ୍ରଜ୍ଞା ଏହି ବୟାନ ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ପ୍ରସଙ୍ଗରେ କଂଗ୍ରେସର ଆଣିଥିବା ଅଭିଯୋଗ ଉପରେ ଦେଇଛନ୍ତି ।

ସେ ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ଉତ୍ତର ଦେଇ କହିଛନ୍ତି ଯେ, 'କଂଗ୍ରେସ ନିଜର ସ୍ଥିତି ଦେଖିବା ଉଚିତ। ନା ତାଙ୍କର କହିବାର ସଭ୍ୟତା ଅଛି, ନା ଦଳରେ ସଂସ୍କାର ଅଛି, ନା ତାଙ୍କ ଦଳରେ ଦେଶପ୍ରେମ ନାହିଁ। ଦେଶପ୍ରେମ କେଉଁଠୁ ଆସିବ, ଯେତେବେଳେ ଆମେ ଦୁଇ ଦେଶର ସଦସ୍ୟତା ଗ୍ରହଣ କରିବା' । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ହାତରେ ଅଛି।

ଏହି ଘଟଣାରେ କଂଗ୍ରେସ ମିଡିଆ ସେଲର ଦାୟିତ୍ୱରେ ଥିବା ତଥା ପୂର୍ବତନ ମନ୍ତ୍ରୀ ଜିତୁ ପାଟବାରୀ ମଧ୍ୟ ପ୍ରଜ୍ଞା ଠାକୁରଙ୍କ ନାଁ ନନେଇ ଟ୍ୱିଟ କରି କହିଛନ୍ତି ''ଯେ କୌଣସି ଦେଶପ୍ରେମୀ ଆତଙ୍କବାଦୀ ହୋଇପାରିବେ ନାହିଁ। କିମ୍ବା କୌଣସି ଗୋଡସେ ଭକ୍ତ ଦେଶପ୍ରେମୀ ହୋଇପାରିବେ ନାହିଁ ''। ପାଟବାରୀ ପରୋକ୍ଷରେ ମହାରାଷ୍ଟ୍ରରେ 2008 ରେ ହୋଇଥିବା ମାଲେଗାଓଁ ବିସ୍ଫୋରଣ ଘଟଣାର ଅନ୍ୟତମ ଅଭିଯୁକ୍ତ ପ୍ରଜ୍ଞା ଠାକୁରଙ୍କ ବିଷୟରେ କହିଛନ୍ତି ।

ଏହାପୂର୍ବରୁ ଠାକୁର ଅଭିଯୋଗ କରିଛନ୍ତି ଯେ, ତାଙ୍କୁ 9 ବର୍ଷ ଧରି କଂଗ୍ରେସ ଦେଇଥିବା ନିର୍ଯ୍ୟାତନା ଯୋଗୁଁ ସେ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସରେ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ସହ ଯୋଗ ଦେବା ପରେ ପ୍ରଜ୍ଞା 2008 ମାଲେଗାଓଁ ବିସ୍ଫୋରଣ ମାମଲାରେ ଜେଲରେ 9 ବର୍ଷ ବିତାଇଥିବା କଥା ମନେ ପକାଇଥିଲେ।

ABOUT THE AUTHOR

...view details