ଓଡିଶା

odisha

By

Published : Oct 9, 2020, 3:14 PM IST

ETV Bharat / bharat

ବର୍ଜ୍ୟବସ୍ତୁରୁ କଳାକୃତି କରି ଗିନିଜ ବୁକରେ ସ୍ଥାନ ପାଇଲେ ଶାରଦାମଣି

ଘରୁ ବର୍ଜ୍ୟବସ୍ତୁ ବାହାରିଲେ ଲୋକେ ଫେପାଡି ଦିଅନ୍ତି । ହେଲେ ସେହି ବର୍ଜ୍ୟବସ୍ତୁରୁ ବି ଘର ସଜେଇବା ଜିନିଷ ତିଆରି ହୋଇପାରେ ତାହାକୁ ପ୍ରମାଣ କରିଛନ୍ତି ଆନ୍ଧ୍ରପ୍ରଦେଶର ଶାରଦାମଣି ଯାହା ତାଙ୍କୁ ଗିନିଜ ବୁକରେ ସ୍ଥାନ ଦେଇଛି ।

Enticing Toys, Artefacts get her Guinness Book Record
ବର୍ଜ୍ୟବସ୍ତୁରୁ କଳାକୃତି ତିଆରି କରି ଗିନିସ ବୁକରେ ରେକର୍ଡ କଲେ ଶାରଦାମଣି

ଅମରାବତି: ସାଧାରଣତଃ ଘରୁ ବର୍ଜ୍ୟବସ୍ତୁ ବାହାରିଲେ ଲୋକେ ବାହାରେ ଫୋପାଡି ଦେଇଥାନ୍ତି । ହେଲେ ସେହି ବର୍ଜ୍ୟବସ୍ତୁରୁ ଭଳିକି ଭଳି ଖେଳନା ଓ ଆକର୍ଷିତ କଳାକୃତି ତିଆରି କରି ଗିନିଜ ବୁକରେ ସ୍ଥାନ ପାଇଛନ୍ତି ଆନ୍ଧ୍ରପ୍ରଦେଶ ନେଲୋର ନିବାସୀ ଶାରଦାମଣି ।

ବର୍ଜ୍ୟବସ୍ତୁରୁ କଳାକୃତି ତିଆରି କରି ଗିନିସ ବୁକରେ ରେକର୍ଡ କଲେ ଶାରଦାମଣି

ଶାରଦାମଣି ନିଜ ଘରେ ସମୟ ବିତାଇବା ପାଇଁ କିଛି ଘର କରଣା ଜିନିଷ ହାତରେ ତିଆରି କରୁଥିଲେ । ତାଙ୍କର ଏହି ନିଶା ଧିରେ ଧିରେ ଏତେ ବଢିଗଲା ଯେ ବର୍ଜ୍ୟବସ୍ତୁରୁ ଘର ସଜେଇବା ଜିନିଷ ତିଆରି କରିବା ଆରମ୍ଭ କଲେ । ବର୍ଜ୍ୟବସ୍ତୁରୁ ଶାରଦାମଣି ଆକର୍ଷଣୀୟ ଖେଳନା ଏବଂ ଆଶ୍ଚର୍ଯ୍ୟଜନକ କଳାକୃତି ତିଆରି କରୁଛନ୍ତି । ତାଙ୍କର ଏହି ବିରଳ ପ୍ରତିଭା ପାଇଁ ସେ ଅନେକ ସମ୍ମାନ ପାଇବା ସହ ବିଶ୍ବର ସବୁଠୁ ବଡ ରେକର୍ଡ ଗିନିଜ ବୁକରେ ନିଜକୁ ସ୍ଥାନିତ କରିଛନ୍ତି ।

ଖାଲି ସେତିକି ନୁହେଁ ଶାରଦାମଣି ନଦୀରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯେପରି ନଡିଆ ଖୋଳ, ପ୍ଲାଷ୍ଟିକ ବୋତଲ ଓ ରଙ୍ଗୀନ ପଥର ସଂଗ୍ରହ କରି ସେଗୁଡିକୁ ସୁନ୍ଦର ଆକୃତି ଦେଇଛନ୍ତି । ଖେଳନା ସହ ରାଶି ଚିହ୍ନ, ପ୍ରଭୁ ବିନାୟକ ଓ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମକୁ ଏକ ସୁନ୍ଦର ଆକାର ଦେଇଛନ୍ତି । ଶାରଦା ତାଙ୍କର ଏହି କଳାକୃତି 2016 ମସିହାରୁ ଆରମ୍ଭ କରିଛନ୍ତି । ସବୁ କଳାକୃତି କିପରି ଶିଖିଲେ ପଚରାଯିବାରୁ ସେ ତାଙ୍କ ଜେଜେମାଙ୍କ ଠାରୁ ଶିଖିଥିବା କହିଛନ୍ତି । ତାଙ୍କ ହାତରୁ ପ୍ରସ୍ତୁତ ଖେଳନା ଅନଲାଇନ ଦ୍ବାରା ବିଦେଶକୁ ବିକ୍ରି ହେଉଛି । ଗତ ଦୁଇ ବର୍ଷ ହେବ ଏହି ବ୍ୟବସାୟ ତାଙ୍କୁ ଭଲ ଲାଭ ଦେଇଛି । ବର୍ତ୍ତମାନ ସେ ନିଜ ବାସଭବନରେ ଏକ ଦୋକାନ ସ୍ଥାପନ କରି 10ଜଣ ମହିଳାଙ୍କୁ ରୋଜଗାରକ୍ଷମ କରିଛନ୍ତି । ତାଙ୍କର ଏହି କଳାକୁ ସେ ମହିଳା ଓ ଝିଅଙ୍କୁ ମାଗଣାରେ ତାଲିମ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଶାରଦାମଣିଙ୍କ ଏହି ହାତ ତିଆରି କଳାକୃତି ପାଇଁ ସେ ଅନେକଙ୍କ ଆର୍ଦଶ ପାଲଟିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details