ଓଡିଶା

odisha

ETV Bharat / bharat

କୋଭିଡ ମୁକାବିଲାରେ ବିଶ୍ବ ସ୍ତରୀୟ ସହଯୋଗର ଆବଶ୍ୟକତା ରହିଛି: ରାଷ୍ଟ୍ରପତି - COVID-19

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନ୍ୟୁଜିଲ୍ୟାଣ୍ଡ, ବ୍ରିଟେନ ଓ ଉଜବେକିସ୍ତାନର ମିଶନ ମୁଖ୍ୟଙ୍କ ଠାରୁ ଦସ୍ତାବିଜ ଗ୍ରହଣ କରିଛନ୍ତି। କୋଭିଡ-19 ମହାମାରୀରେ ଏହା ଦ୍ବିତୀୟ ଥର ଭିଡିଓ କନଫରେନ୍ସ ମାଧ୍ୟମରେ ରାଷ୍ଟ୍ରପତି ଭବନରେ ଦସ୍ତାବିଜ ଉପସ୍ଥାପନା କରାଯାଇଛି।

ରାଷ୍ଟ୍ରପତି
ରାଷ୍ଟ୍ରପତି

By

Published : Jul 8, 2020, 6:52 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନ୍ୟୁଜିଲ୍ୟାଣ୍ଡ, ବ୍ରିଟେନ ଓ ଉଜବେକିସ୍ତାନର ମିଶନ ମୁଖ୍ୟଙ୍କ ଠାରୁ ଦସ୍ତାବିଜ ଗ୍ରହଣ କରିଛନ୍ତି। କୋଭିଡ-19 ମହାମାରୀରେ ଏହା ଦ୍ବିତୀୟ ଥର ଭିଡିଓ କନଫରେନ୍ସ ମାଧ୍ୟମରେ ରାଷ୍ଟ୍ରପତି ଭବନରେ ଦସ୍ତାବିଜ ଉପସ୍ଥାପନା କରାଯାଇଛି।

ନ୍ୟୁଜିଲାଣ୍ଡର ହାଇ କମିଶନର୍ ଡେଭିଡ ପାଇନ୍, ବ୍ରିଟେନର ହାଇ କମିଶନର୍ ସାର୍ ଫିଲିପ୍ ବାର୍ଟନ ଓ ଉଜବେକିସ୍ତାନର ରାଷ୍ଟ୍ରଦୂତ ଅଖତୋଭ୍ ଦିଲଶୋଦ ଖାମିଡୋଭିଚ୍ ରାଷ୍ଟ୍ରପତିଙ୍କ ସମ୍ମୁଖରେ ପରିଚୟପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ ଅଭିଭାଷଣ ଦେଇ ରାଷ୍ଟ୍ରପତି କୋବିନ୍ଦ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତି ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି 3 ଟି ଦେଶ ସହିତ ଭାରତର ଗଭୀର ସମ୍ପର୍କ ରହିଛି । ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ଯେ କୋଭିଡ-19 ମହାମାରୀକୁ ସଫଳତାର ସହ ମୁକାବିଲା କରିବା ପାଇଁ ବିଶ୍ବ ସ୍ତରୀୟ ସହଯୋଗର ଆବଶ୍ୟକତା ରହିଛି ।

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ମହାମାରୀକୁ ପରାସ୍ତ କରିବା ପାଇଁ ଚାଲିଥିବା ଅନ୍ତର୍ଜାତୀୟ ପ୍ରୟାସରେ ଭାରତ ଆଗରେ ରହିଛି। ଏନେଇ ଖୁସି ବ୍ୟକ୍ତ କରି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ 2021-22 ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଭାବରେ ବିଶ୍ବ ଶାନ୍ତି ଓ ସମୃଦ୍ଧତାକୁ ଦୃଢ କରିବା ପାଇଁ ଭାରତ ଅନ୍ତର୍ଜାତୀୟ ସମୁଦାୟ ସହିତ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।

ABOUT THE AUTHOR

...view details