ଓଡିଶା

odisha

ETV Bharat / bharat

ମାଗଣାରେ ମିଳିବନି ବିଜୁଳି, ଆଗୁଆ ଜମା ପଡିବ ଟଙ୍କା: ଶକ୍ତି ମନ୍ତ୍ରୀ - ନିଃଶୁଳ୍କ

ଶକ୍ତିମନ୍ତ୍ରୀ ଆହୁରି ସ୍ପଷ୍ଟ କରିଛନ୍ତି ଯେ, କିଛି ବର୍ଗର ଲୋକଙ୍କୁ ନିଃଶୁଳ୍କ ବିଦ୍ୟୁତ ସେବା ମଧ୍ୟ ଯୋଗାଇ ଦିଆଯାଇପାରେ । ମାତ୍ର ଏଥିପାଇଁ ସେମାନଙ୍କୁ ନିଜ ବଜେଟରୁ କିଛି ଟଙ୍କା ଦେବାକୁ ପଡିବ ।

ଫାଇଲ ଫଟୋ

By

Published : Jul 16, 2019, 1:34 PM IST


ନୂଆଦିଲ୍ଲୀ: 'ମାଗଣାରେ ମିଳିବନି ବିଜୁଳି, ଅଗ୍ରୀମ ଜମା କରିବାକୁ ପଡିବ ଟଙ୍କା' ସୋମବାର କିଛି ଏଭଳି କହିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂହ । ସେ କହିଛନ୍ତି ଯେ, ଭାରତ ଏକ ନୂତନ ବ୍ୟବସ୍ଥା ଆଡକୁ ଅଗ୍ରସର ହେଉଛି । ଯେଉଁଠି ସରକାରଙ୍କ ନିୟମ ଅନୁସାରେ ଉପଭୋକ୍ତାଙ୍କୁ ଅଗ୍ରୀମ ବିଦ୍ୟୁତ ବିଲ ପାଇଁ ଟଙ୍କା ଜମା କରିବାକୁ ପଡ଼ିବ । ତା'ପରେ ବିଦ୍ୟୁତ ଯୋଗାଇ ଦିଆଯିବ ।

ଏହାସହ ଶକ୍ତିମନ୍ତ୍ରୀ ଆହୁରି ସ୍ପଷ୍ଟ କରିଛନ୍ତି ଯେ, କିଛି ବର୍ଗର ଲୋକଙ୍କୁ ନିଃଶୁଳ୍କ ବିଦ୍ୟୁତ ସେବା ମଧ୍ୟ ଯୋଗାଇ ଦିଆଯାଇପାରେ । ମାତ୍ର ଏଥିପାଇଁ ସେମାନଙ୍କୁ ନିଜ ବଜେଟରୁ କିଛି ଟଙ୍କା ଦେବାକୁ ପଡିବ ।

ପିଟିସି ଭାରତ ଦିବସର ୨୦ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଂହ କହିଛନ୍ତି, ଆମେ ବିଦ୍ୟୁତ ଉପଭୋକ୍ତା ଓ ଯୋଗାଣ ମଧ୍ୟରେ ସୁସମ୍ପର୍କ ଯୋଡିବାକୁ ଉଦ୍ୟମ କରୁଛୁ । ଆପଣ ବିନା ନିବେଶରେ ବିଜୁଳି ଉତ୍ପାଦନ କରିପାରିବେ ନାହିଁ । ଏଥିପାଇଁ ଆପଣଙ୍କୁ ଆଗୁଆ ଟଙ୍କା ଜମା କରିବାକୁ ପଡିବ ।

ଯଦି ରାଜ୍ୟ ନିଶୁଳ୍କ ବିଜୁଳି ସେବା ଦେବାକୁ ଚାହୁଛନ୍ତି, ତେବେ ଦିଅନ୍ତୁ । ମାତ୍ର ଏଥିପାଇଁ ରାଜ୍ୟ ସରକାରଙ୍କୁ ନିଜ ବଜେଟରୁ କିଛି ଟଙ୍କା ଦେବାକୁ ପଡିବ ।

ABOUT THE AUTHOR

...view details