ଓଡିଶା

odisha

ETV Bharat / bharat

ରାସ୍ତାରେ ଡେଣା ମେଲାଇ ବୁଲୁଛି ଛଞ୍ଚାଣ, ଜାଣନ୍ତୁ କେଉଁଠି ? - କୋରୋନା ଭାଇରସ ନ୍ୟୁଜ୍

ଦିନେ କାଳେ ଦେଖାଯାଉନଥିବା ବିଲୁପ୍ତ ପ୍ରାୟ ପକ୍ଷୀ ଛଞ୍ଚାଣ ଏବେ ବୁଲୁଛି ରାଜରାସ୍ତାରେ। କୋରୋନା ମୁକାବିଲା ସମୟରେ ସାରା ରାଜ୍ୟରେ ମୃତ୍ୟୁର ବିଭିଷୀକା ଖେଳି ଯାଇଥିବା ବେଳେ ଏହି ପକ୍ଷୀର ବିଚରଣ ଭୟ ସୃଷ୍ଟି କରୁଛି। ଅଧିକ ଖବର ପଢନ୍ତୁ...

Endangered vultures
ରାସ୍ତାରେ ଡେଣା ମେଲାଇ ବୁଲୁଛି ଚଞ୍ଚାଣ, ଜାଣନ୍ତୁ କେଉଁଠି ?

By

Published : Apr 1, 2020, 1:01 PM IST

ନୂଆଦିଲ୍ଲୀ: ଶୂନ୍ୟତା ଓ ନିର୍ଜନତା ମାଡିବସିଛି ରାଜରାସ୍ତାକୁ। ଚାରିଆଡେ ମୃତ୍ୟୁର ଭୟଙ୍କର ବିଭିଷୀକା। ପାଦ ତଳେ ମାଟି ଖସିଯିବାର ଭୟ। ଆଉ ମୁଣ୍ଡ ଉପରେ ମୃତ୍ୟୁର ସଙ୍କେତ। ଦିନେ କାଳେ ଦେଖାଯାଉନଥିବା ଏହି ବିଲୁପ୍ତ ପ୍ରାୟ ପକ୍ଷୀର ଏବେ ଶିକାର ଲୋଭରେ କାଟୁଛି ଚକ୍କର। ଏହି ଦୃଶ୍ୟଟି ଏତେ ଭୟଙ୍କର ଯେ ଜଣେ ଦେଖିଲେ ମୃତ୍ୟୁକୁ ଅତି ପାଖରୁ ଓ ସହଜରେ ଅନୁଭବ କରିପାରୁଛି।

ତେବେ ଏହି ଦୃଶ୍ୟ ହେଉଛି ଦକ୍ଷିଣ ମିଜୋରାମ ଲୁଙ୍ଗେଲି ହଉଲାଙ୍ଗର। ଯେଉଁଠି ଲୋକଙ୍କ ଯିବା ରାସ୍ତାରେ ଚଲାବୁଲା କରୁଛି ଚଞ୍ଚାଣ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ସୂଚନା ଅନୁସାର, ଏବେ ସୁଦ୍ଧା ଦେଶରେ କୋରୋନା ପଜିଟିଭ ସଂଖ୍ୟା ୧୩୯୭ ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୪ ଜଣ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ABOUT THE AUTHOR

...view details