ଓଡିଶା

odisha

ETV Bharat / bharat

ସାଇକେଲ ଚଳାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟର ପରାମର୍ଶ - ସାଇକେଲ ଚଳାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟର ପରାମର୍ଶ

ସାଇକେଲ ଚଳାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟର ପରାମର୍ଶ । ଦେଶବାସୀଙ୍କୁ ମୋଟର ବିହୀନ ଯାନ ଚଳାଇବା ନେଇ ପ୍ରୋତ୍ସାହିତ କରାଯାଇଛି । ଅଧିକ ପଢନ୍ତୁ...

encourage cycles cashless payment to curb coronavirus5-points
ସାଇକେଲ ଚଳାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟର ପରାମର୍ଶ

By

Published : Jun 14, 2020, 1:50 AM IST

ନୂଆଦିଲ୍ଲୀ: ସାରା ବିଶ୍ବକୁ ଚିନ୍ତାରେ ପକାଇଥିବା ମହାମାରୀ କୋରୋନା ବେଳେ ସାଇକେଲ ଚଳାଇବା ନେଇ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଦେଶବାସୀଙ୍କୁ ମୋଟର ବିହୀନ ଯାନ ଚଳାଇବା ନେଇ ପ୍ରୋତ୍ସାହିତ କରାଯାଇଛି । ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛି ମନ୍ତ୍ରଣାଳୟ ।

ଏହାସହ ପରିବହନ କ୍ଷେତ୍ରରେ ନଗଦ ଟଙ୍କା ପରିବର୍ତ୍ତେ କ୍ୟାସଲେସର ବ୍ୟବହାର ନେଇ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ 10 ପ୍ରତିଶତ ରାସ୍ତାକୁ ମୋଟର ଚାଳିତ ଯାନ ପାଇଁ ବନ୍ଦ କରିଦେଇଛି । ବର୍ତ୍ତମାନ କଲୋମ୍ବିଆରେ 76 କିଲୋମିଟର ରାସ୍ତା ସାଇକେଲ ଚାଳକଙ୍କ ପାଇଁ ଯୋଗାଇ ଦିଆଯାଇଛି ।

କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ ସଚିବ ଦୁର୍ଗା ଶଙ୍କର ମିଶ୍ର କହିଛନ୍ତି, ଏହି ସ୍ଥିତିରେ ମୋଟର ବିହୀନ ଯାନର ବ୍ୟବହାର ନିହାତି ଆବଶ୍ୟକ । ଏହାର ବ୍ୟବହାର ନେଇ କମ ମୂଲ୍ୟ ଏବଂ ମାନବ ସମ୍ବଳର ଆବଶ୍ୟକ ହୋଇଥାଏ । ସହଜ ଏବଂ ସୁବିଧାରେ ଏହାର ବ୍ୟବହାର କରିପାରିବେ ଦେଶବାସୀ ।

For All Latest Updates

TAGGED:

oronavirus

ABOUT THE AUTHOR

...view details