ଶ୍ରୀନଗର: ପୁଣିଥରେ ଅଶାନ୍ତ ହୋଇଉଠିଛି ଭାରତ-ପାକ୍ ସୀମା । ଜାମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଜାରି ରହିଛି ଗୁଳିବିନିମୟ। ଏନେଇ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରିାଯାଇଛି । ସେହିପରି ଆଜି ସକାଳେ ଏଠାକାର ପୁଞ୍ଚ ସେକ୍ଟରରେ ହୋଇଥିବା ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ଗତକିଛି ଦିନଧରି ପାକ୍ ପଟୁ ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଳଙ୍ଘନ କରାଯାଉଛି।
ସୀମାରେ ହାଇ ଆଲର୍ଟ, ଗୁଳିବିନିମୟ ଜାରି - underway
ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ। ଏଥିଯୋଗୁଁ ହୋଇଥିବା ଗୁଳିବିନିମୟରେ ଜଣେ ଯବାନ ଆହତ । ସୀମାରେ ଏଭଲି ସ୍ଥିତି ଦେଖାଯିବା ପରେ ହାଇଆଲର୍ଟ ଜାରି କରାଯାଇଛି ।

ଫାଇଲ ଫଟୋ
ଖବର ଅନୁଯାୟୀ, ଗତ 12 ତାରିଖରେ ଅନନ୍ତନାଗରେ ହୋଇଥିବା ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣେ ପୋଲିସ ଅଫିସର ଆଜି ସକାଳେ ଶହୀଦ ହୋଇ ଯାଇଛନ୍ତି । ତେବେ ଏହି ଆକ୍ରମଣରେ 5 ଜଣ ସିଆରପିଏଫ ଯବାନ ପ୍ରାଣ ହରାଇବା ସହ 3 ଜଣ ଆହତ ହୋଇଥିଲେ । ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବାନ ସିଆରପିଏଫ ଯବାନ ହେଉଛନ୍ତି ଏସଆଇ ରମେଶ କୁମାର(ହରିୟାଣା), ଏସଆଇ ନିରୋଦ ଶର୍ମା (ଆସାମ), ସିଟି ସତେନ୍ଦ୍ର କୁମାର ଏବଂ ସିଟି ମହେଶ କେଆର କୁଶୱାହା (ଉତ୍ତରପ୍ରଦେଶ) ଏବଂ ସିଟି ସନ୍ଦୀପ ଯାଦବ (ମଧ୍ୟପ୍ରଦେଶ) ।