ଓଡିଶା

odisha

ETV Bharat / bharat

ଜମ୍ମୁ କାଶ୍ମୀର ସୋପିଆନରେ ଏନକାଉଣ୍ଟର ଜାରି, ସେନା ଗୁଳିରେ 4 ଆତଙ୍କୀ ସଫା - 4-5 ଆତଙ୍କୀଙ୍କୁ ସେନା ଘେରି ରହିଥିବା ସୂଚନା

ଜମ୍ମୁକାଶ୍ମୀର ସୋପିଆନର ପିଞ୍ଜୋରୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଚାଲିଥିଲା ଗୁଳିବିନିମୟ। କର୍ଡନ କରାଯାଇଥିବା ଅଞ୍ଚଳରେ କିଛି ଆତଙ୍କବାଦୀ ଫସି ରହିଥିବା ବେଳେ ଏବେ ସେନା ଗୁଳିରେ 4 ଆତଙ୍କୀ ନିହତ ହୋଇଛନ୍ତି।

ସୋପିଆନରେ ଏବେ ବି ଏନକାଉଣ୍ଟର ଜାରି, 4-5 ଆତଙ୍କୀଙ୍କୁ ସେନା ଘେରି ରହିଥିବା ସୂଚନା
ସୋପିଆନରେ ଏବେ ବି ଏନକାଉଣ୍ଟର ଜାରି, 4-5 ଆତଙ୍କୀଙ୍କୁ ସେନା ଘେରି ରହିଥିବା ସୂଚନା

By

Published : Jun 8, 2020, 7:58 AM IST

Updated : Jun 8, 2020, 9:00 AM IST

ଶ୍ରୀନଗର: ସୀମାରେ ଫୁଟୁଛି ଗୁଳି। ଜମ୍ମୁକାଶ୍ମୀର ସୋପିଆନର ପିଞ୍ଜୋରୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ 4 ଆତଙ୍କୀ ନିହତ ହୋଇଛନ୍ତି। ସେନାର 44 ଆରଆର, ପୋଲିସ ଫୋର୍ସ ଓ ସିଆରପିଏଫର ମିଳିତ ଉଦ୍ୟମରେ ସର୍ଚ୍ଚ ଆପରେସନ ଆରମ୍ଭ କରାଯାଇଥିଲା। ଏହି ଏନକାଉଣ୍ଟର ରବିବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜାରି ରହିଛି।

ସୂଚନା ଅନୁସାରେ ପୂର୍ବରୁ କର୍ଡନ କରାଯାଇଥିବା ଅଞ୍ଚଳରେ କିଛି ଆତଙ୍କବାଦୀ ଫସି ରହିଥିବା ବେଳେ ସେନା ସେମାନଙ୍କୁ ଘେରି ରହିଥିଲା। ଏହାସହ ଲୁଚି ରହିଥିବା ଆତଙ୍କୀ ମାନେ ଘନ ଘନ ଗୁଳି ଚାଳନା କରୁଥିବା ବେଳେ ଭାରତୀୟ ସେନାର ଜବାବରେ 4 ଆତଙ୍କୀଙ୍କ ମୃତ୍ୟୁ ହୋଇଛି।

ରବିବାର ଦିନ ସୋପିଆନ୍‌ର ଜେନାପୋରା ବେଲ୍ଟରେ ସୁରକ୍ଷା ବାହିନୀ ଦ୍ୱାରା ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନର ଜଣେ ବରିଷ୍ଠ କମାଣ୍ଡର ମଧ୍ୟ ନିହତ ହୋଇଥିଲା।

ଆତଙ୍କବାଦୀ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF), ରାଷ୍ଟ୍ରିୟ ରାଇଫଲ୍ସ ଏବଂ ସ୍ପେଶାଲ ଅପରେସନ୍ ଗ୍ରୁପର 178 ବାଟାଲିୟନର ମିଳିତ ବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ଧରି ଚାଲିଥିଲା।

ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଏକାସଙ୍ଗେ ନିହତ କରିବା ସୈନ୍ୟବାହିନୀ ପାଇଁ ଏକ ବଡ଼ ସଫଳତା। ଚଳିତ ବର୍ଷ ସୁରକ୍ଷା ବାହିନୀଙ୍କ ଦ୍ବାରା 80 ଜଣ ଆତଙ୍କବାଦୀ ସଫା ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 21 ଜଣ ବିଭିନ୍ନ ଆତଙ୍କବାଦୀ ଦଳର ଟପ୍ କମାଣ୍ଡର ଥିଲେ।

Last Updated : Jun 8, 2020, 9:00 AM IST

ABOUT THE AUTHOR

...view details