ଓଡିଶା

odisha

ETV Bharat / bharat

ଶ୍ରୀନଗରରେ ଲୁଚିଛନ୍ତି ଆତଙ୍କୀ, ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଓ ସର୍ଚ୍ଚ ଅପରେସନ ଜାରି - ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଓ ସର୍ଚ୍ଚ ଅପରେସନ ଜାରି

ମଙ୍ଗଳବାର ଜମ୍ମୁକାଶ୍ମୀର ଶ୍ରୀନଗରର ନୱାକାଡାଲ୍ ଅଞ୍ଚଳରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଦୁଇ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଏହି ଅଞ୍ଚଳରେ ଫସି ରହିଛନ୍ତି।

ଶ୍ରୀନଗରରେ ଲୁଚିଛନ୍ତି ଆତଙ୍କୀ, ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଓ ସର୍ଚ୍ଚ ଅପରେସନ ଜାରି
ଶ୍ରୀନଗରରେ ଲୁଚିଛନ୍ତି ଆତଙ୍କୀ, ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଓ ସର୍ଚ୍ଚ ଅପରେସନ ଜାରି

By

Published : May 19, 2020, 12:33 PM IST

ଶ୍ରୀନଗର: ଅଶାନ୍ତ ସୀମା, ଫୁଟୁଛି ଗୁଳି। ମଙ୍ଗଳବାର ଜମ୍ମୁକାଶ୍ମୀର ଶ୍ରୀନଗରର ନୱାକାଡାଲ୍ ଅଞ୍ଚଳରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି।

ତେବେ ଉକ୍ତ ଅଞ୍ଚଳରେ ଆତଙ୍କୀ ମାନେ ଲୁଚିରହିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସର ମିଳିତ ଦଳ ଅପରେସନ ଆରମ୍ଭ କରିଥିଲେ।

ଏହା ସହ ଆତଙ୍କବାଦୀମାନେ ଲୁଚି ରହିଥିବା ଘରୁ ସୁରକ୍ଷା ବାହିନୀଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ। ଏନକାଉଣ୍ଟର ବିଷୟରେ ସୂଚନା ଦେଇଛନ୍ତି କାଶ୍ମୀର ଜୋନ୍ ପୋଲିସ।

ସୂତ୍ରରୁ ପ୍ରକାଶ ଯେ, ଦୁଇ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଏହି ଅଞ୍ଚଳରେ ଫସି ରହିଛନ୍ତି। ଖବର ପାଇବା ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଛାନଭିନ୍ ଆରମ୍ଭ କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ଭାବରେ ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ ଶ୍ରୀନଗରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ମୁକାବିଲା।

ABOUT THE AUTHOR

...view details