ଓଡିଶା

odisha

ETV Bharat / bharat

ଅଶାନ୍ତ ସୀମା, ଜମ୍ମୁକାଶ୍ମୀର ସୋପିଆନରେ ଏନକାଉଣ୍ଚର ଜାରି - ଜମ୍ମୁକାଶ୍ମୀର ସୋପିଆନରେ ଏନକାଉଣ୍ଚର ଜାରି

ରବିବାର ସକାଳୁ ସୁରକ୍ଷା କର୍ମୀ ଓ ଆତଙ୍କୀ ମଧ୍ୟରେ ଜମ୍ମୁ କାଶ୍ମୀର ସୋପିଆନାରେ ଏନକାଉଣ୍ଟର ଜାରି। ପୋଲିସ ଫୋର୍ସ, ସରୁକ୍ଷା କର୍ମୀଙ୍କ ମିଳିତ ଉଦ୍ୟମରେ ଏହି ଅପରେସନ ଆରମ୍ଭ କରାଯାଇଛି।

ଅଶାନ୍ତ ସୀମା, ଜମ୍ମୁକାଶ୍ମୀର ସୋପିଆନରେ ଏନକାଉଣ୍ଚର ଜାରି
ଅଶାନ୍ତ ସୀମା, ଜମ୍ମୁକାଶ୍ମୀର ସୋପିଆନରେ ଏନକାଉଣ୍ଚର ଜାରି

By

Published : Jun 7, 2020, 9:17 AM IST

ଶ୍ରୀନଗର: ସୀମାରେ ଚାଲିଛି ଗୁଳିବର୍ଷଣ। ରବିବାର ସକାଳୁ ସୁରକ୍ଷା କର୍ମୀ ଓ ଆତଙ୍କୀ ମଧ୍ୟରେ ଜମ୍ମୁ କାଶ୍ମୀର ସୋପିଆନାରେ ଏନକାଉଣ୍ଟର ଜାରି। ପୋଲିସ ଫୋର୍ସ, ସରୁକ୍ଷା କର୍ମୀଙ୍କ ମିଳିତ ଉଦ୍ୟମରେ ଏହି ଅପରେସନ ଆରମ୍ଭ କରାଯାଇଛି।

ଏହା ପୂର୍ବରୁ ଶନିବାର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଆତଙ୍କବାଦୀ ମାନେ ଘରେ ପଶି ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ। ଏହି ଆକ୍ରମଣରେ 25 ବର୍ଷୀୟ କାଶ୍ମୀର ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଉତ୍ତର କାଶ୍ମୀରର ବୋମାଇ ଅଞ୍ଚଳର ଆତିପୋରା ଅଞ୍ଚଳର ଇଶଫାକ ଅହମ୍ମଦ ନଜର ।

ସୂଚନା ଥାଉକି, ଆତଙ୍କବାଦୀଙ୍କ ଗୁଳିରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ପରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଛି ।

ABOUT THE AUTHOR

...view details