ଓଡିଶା

odisha

ETV Bharat / bharat

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: 3 ଆତଙ୍କୀ ନିପାତ

ପୁଲୱାମା ଆଟାକ ପରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସେନା ପକ୍ଷରୁ ଜୋରଦାର ଅଭିଯାନ ଚାଲିଛି। ଗତ ଏକ ସପ୍ତାହ ମଧ୍ୟରେ ସୋପିଆନ ଜିଲ୍ଲାରେ ଏହା ଦ୍ବିତୀୟ ଆକ୍ରମଣ।

ପ୍ରତୀକାତ୍ମକ ଫଟୋ

By

Published : Mar 28, 2019, 8:11 AM IST

ଶ୍ରୀନଗର: ଭାରତର ଭୂସ୍ବର୍ଗରେ ପୁଣି ମାତିଛନ୍ତି ଆତଙ୍କବାଦୀ। ଗୁରୁବାର ଭୋରରୁ ଜମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ 3 ଆତଙ୍କୀ ନିପାତ ହୋଇଥିବା ସହ ବହୁମାତ୍ରାରେ ଗୁଳିଗୋଳା ଜବତ ହେବାରସୂଚନା ରହିଛି।

ରିପୋର୍ଟ ଅନୁସାରେ ଆଜି ଭୋରରୁ ସୋପିଆନ ଜିଲ୍ଲାର କେଲୋର ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଏଠାରେ କେନ୍ଦ୍ରୀୟ ସୁରକ୍ଷା ବଳ(ସିଆରପିଏଫ୍‌), ସେନା ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ ଏକ ମିଳିତ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀ ହଠାତ୍‌ ଟିମ୍‌ ଉପରେ ଆକ୍ରମଣ କରିଥିଲେ। ଏମାନଙ୍କ ସଂଖ୍ୟା 4-5 ହେବ ବୋଲି ଅନୁମାନ କରାଯାଉଛି।

ତେବେ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି । ଶେଷ ଖବର ଅନୁସାରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ 3 ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଛି। ପୋଲିସ ଏମାନଙ୍କ ଶବ ଉଦ୍ଧାର କରିଥିବା ସୂଚନା ରହିଛି। ଏବେ ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

ତେବେ ଗତ ଏକ ସପ୍ତାହ ମଧ୍ୟରେ ଏହି ଜିଲ୍ଲାରେ ଏହା 2ୟ ଆକ୍ରମଣ। ପୂର୍ବରୁ ଗତ ସପ୍ତାହରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା। ପୁଲୱାମା ଆଟାକ୍‌ ପରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସେନା ପକ୍ଷରୁ ଜୋରଦାର ଅଭିଯାନ ଚାଲିଛି।

ABOUT THE AUTHOR

...view details