ଓଡିଶା

odisha

ETV Bharat / bharat

ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ, ଜଣେ ଆତଙ୍କୀ ନିହତ - National

ଭାରତର ଭୂସ୍ବର୍ଗ କୁହାଯାଉଥିବା କାଶ୍ମୀରରେ ଏବେ ତୀବ୍ର ଅଶାନ୍ତି ଦେଖାଦେଇଛି । ଗୋଟିଏ ପଟେ ଆତଙ୍କବାଦୀ ସେନା ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

By

Published : Mar 7, 2019, 11:25 AM IST

ହଣ୍ଡୱାରା: ଜମ୍ମୁ ଓ କାଶ୍ମୀରରେ ଥମିବାର ନାମ ନେଉନାହିଁ ଆତଙ୍କବାଦୀ ଆକ୍ରମଣ । ଲଗାତାର 4 ଦିନ ହେଲା ଏଠାରେ ଆତଙ୍କୀଙ୍କ ଆକ୍ରମଣ ଦେଖିବାକୁ ମିଳୁଛି । ଆଜି ସକାଳେ ପୁଣିଥରେ ମାତିଛନ୍ତି ଆତଙ୍କବାଦୀ । କ୍ରଲଗୁଣ୍ଡର ହଣ୍ଡୱାରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାର ଖବର ରହିଛି ।

ଏଠାରେ ଆତଙ୍କବାଦୀ ଲୁଚି ଥିବାର ଖବର ପାଇ ସୁରକ୍ଷାକର୍ମୀ ପ୍ରଥମେ ଅଞ୍ଚଳକୁ ଘେରାଓ କରିଥିଲେ । ଏହାପରେ ଆତଙ୍କବାଦୀ ପ୍ରଥମେ ଗୁଳି ଚାଳନା କରିବାରୁ ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା । ଫଳରେ କିଛି ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ହୋଇଥିଲା । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଖବର ରହିଛି ।

ଏହାପରେ ପୋଲିସ ପକ୍ଷରୁ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଅଧିକ କ୍ଷୟକ୍ଷତି ନେଇ ପୋଲିସ ଆକଳନ କରୁଛି । 4-5 ଜଣ ଆତଙ୍କୀ ଥିବାର ଖବର ମିଳିଛି । କେତେ ମୃତାହତ ହୋଇଛନ୍ତି ତାହାର ଖବର ଏପର୍ଯ୍ୟନ୍ତ ମିଳିନାହିଁ । କେବଳ ଜଣେ ଆତଙ୍କୀ ମରିଥିବା ନେଇ ସୂଚନା ରହିଛି ।

ତେବେ ଗତ କିଛି ଦିନ ହେଲା ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ପୁଲୱାମା ଆଟାକ ପରେ ସେନା ପକ୍ଷରୁ ଆତଙ୍କୀ ମୂଳପୋଛ କରିବା ଅଭିଯାନ ଜୋରଦାର ହୋଇଥିବାବେଳେ ଏହି ଘଟଣା ପରେ ଆତଙ୍କବାଦୀ ମଧ୍ୟ ଅଧିକ ଆକ୍ରମଣ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଭାରତର ଭୂସ୍ବର୍ଗ କୁହାଯାଉଥିବା କାଶ୍ମୀରରେ ଏବେ ତୀବ୍ର ଅଶାନ୍ତି ଦେଖାଦେଇଛି । ଗୋଟିଏ ପଟେ ଆତଙ୍କବାଦୀ ସେନା ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ।

ABOUT THE AUTHOR

...view details