ଓଡିଶା

odisha

ETV Bharat / bharat

ସଫା ହେଉଛନ୍ତି ଆତଙ୍କୀ: 24 ଘଣ୍ଟାରେ 5 ନିପାତ - ପୋଲିସ ସୁରକ୍ଷାକର୍ମୀ ଏନକାଉଣ୍ଟର

ଗତ 24 ଘଣ୍ଟାରେ ସେନା ପାଇଛି ବିପୁଳ ସଫଳତା । ଜମ୍ମୁ କଶ୍ମୀରରେ ଏନକାଉଣ୍ଟରରେ 5 ଆତଙ୍କୀ ନିପାତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

By

Published : Mar 22, 2019, 9:59 PM IST

ସୋପିଆନ: ଜମ୍ମୁ ଓ କାଶ୍ମୀରରେ ସେନାକୁ ମିଳିଛି ବିରାଟ ସଫଳତା । ସୁରକ୍ଷାକର୍ମୀଙ୍କ ଅପରେସନରେ ସଫା ହେଉଛନ୍ତି ଆତଙ୍କବାଦୀ । ଖବର ଅନୁସାରେ ଗତ 24 ଘଣ୍ଟାରେ 5 ଜଣ ଆତଙ୍କୀଙ୍କୁ ସେନା ମୂଳପୋଛ କରିଛି।

ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ତିନୋଟି ପୃଥକ ଏନକାଉଣ୍ଟରରେ 5 ଜଣ ଆତଙ୍କବାଦୀ ନିପାତ ହୋଇଥିବାର ଖବର ରହିଛି । ଏଏନଆଇ ସୂଚନାନୁସାରେ 3ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ତେବେ ଏଥିରେ ଜଣେ 12 ବର୍ଷିୟ ନାବାଳକର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।

ରିପୋର୍ଟରୁ ପ୍ରକାଶ ଆତଙ୍କବାଦୀଙ୍କ ସହିତ ସୁରକ୍ଷାକର୍ମୀଙ୍କ ମୁକାବିଲା ହୋଇଥିଲା ସୋପିଆନ ଜିଲ୍ଲାର ଗଦପୁର ଅଞ୍ଚଳରେ । ଏଠାରେ ଇମାମ ସହବ ଅଞ୍ଚଳରେ 3 ଜଣ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ଥିଲା । ତେବେ ପୋଲିସ ସହ ଏନକାଉଣ୍ଟରରେ 2 ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଖସି ପଳାଇଥିବାର ଜଣାପଡିଛି । ଘଟଣାସ୍ଥଳରୁ ପୋଲିସ ବିପୁଳଅସ୍ତ୍ରଶସ୍ତ୍ର ଜବତ କରିଛି ।

ଏହା ପୂର୍ବରୁ ସୋପାରୱାରପୋରା ଅଞ୍ଚଳରେ ଅନ୍ୟ ଏକ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ପ୍ରଥମ ଏନକାଉଣ୍ଟରଟି ଘଟିଥିଲା ବନ୍ଦିପୋରା ଜିଲ୍ଲା ଅନ୍ତର୍ଗତ ମୀର ମୋହଲା ଅଞ୍ଚଳରେ । ଏଥିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଜଣେ ୧୨ ବର୍ଷିୟ ନାବାଳକର ମଧ୍ୟ ମୃତ୍ୟୁ ହୋଇଥିଲା । ମୃତ ନାବଳକକୁ ଆତଙ୍କବାଦୀ ପଣବନ୍ଦୀ କରି ନେଇ ନିଜ କବଜାରେ ରଖିଥିଲେ ।

ABOUT THE AUTHOR

...view details