ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ହୋଇଛି । ପୁଲୱାମା ଜିଲ୍ଲା ଟିକେନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ପୋଲିସ ମିଳିତ ଭାବେ ଏହି ଏନକାଉଣ୍ଟର କରିଛନ୍ତି । ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଜମ୍ମୁ ଓ କାଶ୍ମୀରର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।
ସୂଚନାଥାଉକି, ନଭେମ୍ବର 19 ତାରିଖରେ ନାଗ୍ରୋଟାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 4 ଜଣ ଆତଙ୍କୀ ନିପାତ ହୋଇଥିଲେ । 4 ଜଣ ଆତଙ୍କବାଦୀ ଜୈସ-ଇ ମହମ୍ମଦ ଗ୍ରୁପ୍ର ଥିବା ଜଣାପଡିଛି । ଏହାସହ ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି ।