ବେଙ୍ଗାଲୁର: କର୍ଣ୍ଣାଟକର ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଥିରେ ଜଣେ ନକ୍ସଲ ପ୍ରାଣ ହରାଇ ଥିବାବେଳେ 2 ଜଣ ଯବାନ ଆହତ ହୋଇଛନ୍ତି ।
ଆଜି(ରବିବାର) ବିଜାପୁର ସ୍ଥିତ ପାମେଡା ଥାନା ଅନ୍ତର୍ଗତ ଭଟ୍ଟିଗୁଡା ନିକଟସ୍ଥ ମୁକରଜଗଟ୍ଟା ପାହାଡିଆ ଅଞ୍ଚଳରେ କିଛି ନକ୍ସଲ ଲୁଚିଥିବା ନେଇ ସୁରକ୍ଷାକର୍ମୀ ସୂଚନା ପାଇଥିଲେ । ସୂଚନା ପାଇ ସକାଳ ପ୍ରାୟ 10 ଟା 30 ସମୟରେ ପୋଲିସ, ଏସଟିଏଫ, ଡିଆରଜି ଏବଂ କୋବ୍ରା ବାଟାଲିଆନ ଟିମ୍ ମିଳିତ ଭାବେ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପ୍ରଥମେ ଭଟ୍ଟିଗୁଡା ନିକଟରେ ଲୁଚିଥିବା ନକ୍ସଲ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ ।