ହାଇଦ୍ରାବାଦ: ଭାରତରେ କୋରୋନା ଭାଇରସର ସଂକ୍ରମଣ ମାମଲା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କୋରୋନା ଭାଇରସର ପ୍ରବେଶ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଭାରତରେ ଏବେସୁଦ୍ଧା 28 ଜଣ ବ୍ୟକ୍ତି କୋରୋନା ଭାଇରସରେ ସଂକ୍ରମିତ ଅଛନ୍ତି । ସେଥିମଧ୍ୟରୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଜଣେ ବ୍ୟକ୍ତି ରହିଛନ୍ତି । ତେବେ ହାଇଦ୍ରାବାଦରେ ଆଉ ଜଣେ ବ୍ୟକ୍ତି ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ତାଙ୍କ ସମେତ ତାଙ୍କ ଅଫିସର ସମସ୍ତ କର୍ମଚାରୀଙ୍କୁ ଘରକୁ ପଠାଯାଇଛି ।
ହାଇଦ୍ରାବାଦ ସ୍ଥିତ ରାହେଜା ଆଇଟି ପାର୍କର ଜଣେ କର୍ମଚାରୀଙ୍କ ନିକଟରେ କୋରୋନା ଭାଇରସର ଲକ୍ଷଣ ଦେଖାଦେଇଛି । ଯାହା ଫଳରେ ଉକ୍ତ କମ୍ପାନୀ(ମାଇଣ୍ଡସ୍ପେସ)ର ସମସ୍ତ କର୍ମଚାରୀଙ୍କୁ ଘରକୁ ପଠାଇ ଦିଆଯାଇଛି । ପ୍ରତିକାର ସ୍ବରୂପ ହାଇଦ୍ରାବାଦ ପୋଲିସ ସମସ୍ତଙ୍କୁ ଘରେ ପଠାଇଦେଇଛି ।