ନୂଆଦିଲ୍ଲୀ: କୋରୋନା ବିପତ୍ତି ବେଳେ ସବୁଆଡୁ ଛୁଟିଛି ସହାୟତା । କୋରୋନା ବିପର୍ଯ୍ୟୟ ମୁକାବିଲା କରିବାକୁ ସମସ୍ତେ ଅର୍ଥ ଦାନ କରୁଛନ୍ତି । କିଏ ନିଜ ସଞ୍ଚିତ ଧନ ଦାନ କରୁଛି ତ କିଏ ଦରମା । ନିଜ ନିଜ ସକ୍ଷମ ମୁତାବକ କୋରୋନା ଲଢେଇରେ ନିଜକୁ ସାମିଲ ହେଉଛନ୍ତି । ଏଥିରେ ଏବେ ସାମିଲ ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳର କେତେକ କର୍ମଚାରୀ ।
ପିଏମ କେୟାର୍ସକୁ ବର୍ଷେ ପର୍ଯ୍ୟନ୍ତ ଅର୍ଥ ଦାନ କରିବେ ପ୍ରତିରକ୍ଷା ମନ୍ତ୍ରଣାଳୟ କର୍ମଚାରୀ - ପ୍ରତିରକ୍ଷା ମନ୍ତ୍ରଣାଳୟ କର୍ମଚାରୀ
ପିଏମ କେୟାର୍ସକୁ ଅର୍ଥ ଦାନ କରିବେ ପ୍ରତିରକ୍ଷା ମନ୍ତ୍ରଣାଳୟ କର୍ମଚାରୀ । ବର୍ଷେ ପର୍ଯ୍ୟନ୍ତ ନିଜ ଦରମାର ଗୋଟିଏ ଦିନକୁ କୋରୋନା ଲଢେଇ ପାଇଁ ଦାନ କରିବେ । ଅଧିକ ପଢନ୍ତୁ...
କୋରୋନା ମୁକାବିଲା କରିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଦୀର୍ଘ 1 ମାସ ହେବ ଦେଶ ବନ୍ଦ ପଡିଛି । ଫଳରେ ଦେଶର ଆର୍ଥିକ ସ୍ଥିତିରେ ପ୍ରଭାବ ପକାଇବା ସହ କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର୍ସ ନାମକ ଫଣ୍ଡ ଗଠନ କରିଛନ୍ତି । ସେଠାରେ ନିଜ ସକ୍ଷମ ମୁତାବକ ଦେଶରେ ଏ ଲଢେଇ ଭାଗୀଦାର ହେବାକୁ ଆହ୍ବାନ କରାଯାଇଥିଲା ।
ପ୍ରତିରକ୍ଷା ମନ୍ତ୍ରଣାଳୟର କେତେକ ଇଚ୍ଛୁକ କର୍ମଚାରୀ ଓ ସଂଲଗ୍ନ କର୍ମଚାରୀ, ସଙ୍ଗଠନ ଓ ପ୍ରତିରକ୍ଷା ପବ୍ଲିକ ବ୍ଲକ ସେକ୍ଟର ୟୁନିଟକୁ ସ୍ବେଚ୍ଛାକୃତ ଭାବେ ନିଜ ଦରମା ଦାନ କରିବେ ବୋଲି ଘୋଷଣା କରିଛନ୍ତି । ଯେଉଁଥିରେ ସେମାନେ ମାର୍ଚ୍ଚ 2020ରୁ ମାର୍ଚ୍ଚ 2021 ପର୍ଯ୍ୟନ୍ତ ପ୍ରତି ମାସର ଗୋଟିଏ ଦିନର ପଇସାକୁ ଦାନ କରିବେ । ଏହା ଏପ୍ରିଲ 2020ର ଦରମା ଦିଆଯିବ ବୋଲି କହିଛନ୍ତି ପ୍ରତିରକ୍ଷା ସଚିବ ଅଜୟ କୁମାର ।