ଓଡିଶା

odisha

ETV Bharat / bharat

ବିମାନ କର୍ମଚାରୀଙ୍କୁ ଥଣ୍ଡା ଲକ୍ଷଣ ଦେଖାଗଲେ କାର୍ଯ୍ୟରୁ ବିରତି

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଠାରେ ଥଣ୍ଡା, କାଶ, କଫ ଭଳି ଲକ୍ଷଣ ଦେଖାଗଲେ ସେମାନଙ୍କୁ କାର୍ଯ୍ୟରୁ ବିରତି ଦେବାକୁ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି । ଅଧିକ ପଢନ୍ତୁ...

employee of airlines detected with symptoms of cough, cold  shall be removed from duty
ବିମାନ କର୍ମଚାରୀଙ୍କୁ ଥଣ୍ଡା ଲକ୍ଷଣ ଦେଖାଗଲେ କାର୍ଯ୍ୟରୁ ବିରତି

By

Published : Mar 7, 2020, 12:48 AM IST

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଠାରେ ଥଣ୍ଡା, କାଶ, କଫ ଭଳି ଲକ୍ଷଣ ଦେଖାଗଲେ ସେମାନଙ୍କୁ କାର୍ଯ୍ୟରୁ ବିରତି ଦେବାକୁ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି । ଏହା ସହ କର୍ମଚାରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦ୍ଦେଶାଳୟ କହିଛି । କୋରୋନା ପ୍ରଭାବ ବିମାନବନ୍ଦରରେ ଅଧିକ ଥିବାରୁ ନିର୍ଦ୍ଦେଶାଳୟ ଏପରି ନିଷ୍ପତ୍ତି ନେଇଛି ।

ବର୍ତ୍ତମାନ କୋରୋନା ପରିସ୍ଥିତି ବେଶ ଗମ୍ଭୀର ରହିଥିବା ବେଳେ ସଜାଗ ରହିବାକୁ ଏୟାରଲାଇନ୍ସ, ଗ୍ରାଉଣ୍ଡ ଷ୍ଟାଫ ଓ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆକୁ ପରାମର୍ଶ ଦିଆଯାଇଛି ।

ଚୀନ ପରେ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରୁଛି କୋରୋନା(COVID19) । ଦେଶରେ ବର୍ତ୍ତମାନ ସୁଦ୍ଧା 31 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି ଚୀନରେ ଶୁକ୍ରବାର ସୁଦ୍ଧା 3042 ଲୋକ ପ୍ରାଣ ହରାଇ ସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 80, 552ରେ ପହଞ୍ଚିଛି । ସେପଟେ ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 95,333ରେ ପହଞ୍ଚିଥିବା ଜଣାପଡିଛି ।

@ANI

ABOUT THE AUTHOR

...view details