ଓଡିଶା

odisha

ETV Bharat / bharat

ଗର୍ଭ ନଷ୍ଟ ପରେ ମାନସିକ ସ୍ତରରେ ସମର୍ଥନ ଗୁରୁତ୍ବପୂର୍ଣ୍ଣ - Emotionally and mentally support after miscarriage is vital

ଯେଉଁମାନେ ପରିବାର ବଢାଇବାର ଯୋଜନା କରୁଛନ୍ତି ସେମାନଙ୍କୁ ମାନସିକ ଭାବେ ଦୃଢ ରହିବାର ଅଛି । ବ୍ୟକ୍ତିଗତ ଓ ପେସାଦାର ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସେମାନଙ୍କ ପାଇଁ ପ୍ରାଥମିକତା । ଅଧିକ ପଢନ୍ତୁ...

ଗର୍ଭ ନଷ୍ଟ ପରେ ମାନସିକ ସ୍ତରରେ ସମର୍ଥନ ଗୁରୁତ୍ବପୂର୍ଣ୍ଣ
ଗର୍ଭ ନଷ୍ଟ ପରେ ମାନସିକ ସ୍ତରରେ ସମର୍ଥନ ଗୁରୁତ୍ବପୂର୍ଣ୍ଣ

By

Published : May 29, 2020, 11:06 PM IST

ହାଇଦ୍ରାବାଦ: ମାନସିକ ସ୍ବାସ୍ଥ୍ୟ ଆଜିର ଯୁଗରେ ଗୁରୁତ୍ବପୂର୍ଣ୍ଣ । ବିଭିନ୍ନ କ୍ଷେତ୍ରରେ ନାନା ସମସ୍ୟା ଲାଗି ରହିଥିବାବେଳେ ମାନସିକ ସୁସ୍ଥତା ସମସ୍ତଙ୍କ ପାଇଁ ଜରୁରୀ । ବର୍ତ୍ତମାନ ବିଶ୍ବସ୍ତରରେ ଏହା ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ସମସ୍ତ ଅନୁଷ୍ଠାନଠାରୁ ମିଡିଆ ଯାଏଁ ସବୁ ସଂସ୍ଥା ଏହାକୁ ପ୍ରାଧାନ୍ୟ ଦେଉଛନ୍ତି ।

ପ୍ରତିବର୍ଷ ଏହି ପ୍ରସଙ୍ଗକୁ ବିଶ୍ବସ୍ତରରେ ଲୋକଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ମେ ମାସକୁ ମାନସିକ ସୁସ୍ଥତା ସଚେତନତା ମାସ ଭାବେ ପାଳନ କରାଯାଏ । ଏବର୍ଷ ମେ 18ରୁ 24 ମାନସିକ ସୁସ୍ଥତା ସଚେତନତା ସପ୍ତାହ ଭାବେ ପାଳନ କରାଯାଉଛି । ଏହି ଲକଡାଉନ ସମୟରେ ସମସ୍ତଙ୍କ ପାଇଁ ମାନସିକ ସ୍ତରରେ ସୁସ୍ଥ ରହିବା ଜରୁରୀ । କାରଣ ଏବେ ଅନେକ ସମସ୍ୟା ଦେଖାଦେଉଛି । ବିଶେଷ କରି ଯେଉଁମାନେ ପରିବାର ବଢାଇବାର ଯୋଜନା କରୁଛନ୍ତି ସେମାନଙ୍କୁ ମାନସିକ ଭାବେ ଦୃଢ ରହିବାର ଅଛି । ବ୍ୟକ୍ତିଗତ ଓ ପେସାଦାର ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସେମାନଙ୍କ ପାଇଁ ପ୍ରାଥମିକତା ।

ତେବେ ଏହି ସମୟରେ ମାନସିକ ସ୍ତରରେ ସମର୍ଥନ ସମସ୍ତ ମହିଳାଙ୍କ ପାଇଁ ଜରୁରୀ । ଖାସ ସେତେବେଳେ ଯଦି ତାଙ୍କର ଗର୍ଭ ନଷ୍ଟ ହୋଇଯାଏ । ଏହା ଏକ ସାଧାରଣ କଥା । ଆଜିର ଜୀବନଶୈଳୀ ଅନୁସାରେ କେତେବେଳେ ବି ଏହା ହୋଇପାରେ । ଗର୍ଭବତୀ ମହିଳା କାମ ଚାପରେ ହେଉ ଅବା ଆଧୁନିକ ଲାଇଫଷ୍ଟାଇଲ ଯୋଗୁଁ ଏପରି ସ୍ଥିତିର ସମ୍ମୁଖୀନ ହୋଇଥାନ୍ତି । ଏହି ସମୟ ସେମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର । ଯିଏ ଏହାକୁ ନେଇ ଅଧିକ ଉତ୍ସାହିତ ଥାଆନ୍ତି ସେମାନେ ଏପରି ହେବା ପରେ ଅନେକ ଦୁଃଖୀ ହୋଇଯାଆନ୍ତି । ଏପରିକି ସେମାନେ ମାନସିକ ସ୍ତରରେ ବହୁତ ଭାଙ୍ଗି ପଡନ୍ତି । ଯାହା ସବୁଠାରୁ କଷ୍ଟକର ସମୟ ।

ତେଣୁ ଗର୍ଭ ନଷ୍ଟ ପରେ ମହିଳାଙ୍କୁ ମାନସିକ ସ୍ତରରେ ଶାନ୍ତି ଓ ସୁସ୍ଥତା ନିହାତି ଆବଶ୍ୟକ । ବିଶେଷ କରି ପତି ଅବା ଘର ଲୋକ ସବୁବେଳେ ତାଙ୍କୁ ସାନ୍ତନ୍ବା ଦେବା ଜରୁରୀ । ଏପରି ସମୟ ସମସ୍ତଙ୍କ ଜୀବନରେ ଆସିଥାଏ । ଏହାର ସମାଧାନ ସମ୍ଭବ । ଭବିଷ୍ୟତରେ ପୁଣି ସୁଯୋଗ ଅଛି । ଏପରି ଆଶ୍ବାସନା ସବୁବେଳେ ଦେବା ସହ ତାଙ୍କ ସାଥିରେ ରହିବା ଉଚିତ । କେବେ ହେଲେ ଗର୍ଭ ନଷ୍ଟ ହେବା ପରେ କୌଣସି ମହିଳାଙ୍କୁ ଏକା ଛାଡନ୍ତୁ ନାହିଁ । ହୁଏତ ସେ ମାନସିକ ସ୍ତରରେ ଏତେ ଭାଙ୍ଗିପଡନ୍ତି ଯେ କିଛି ଭୁଲ ପଦକ୍ଷେପ ନେଇପାରନ୍ତି । ତାଙ୍କୁ ମାନସିକ ଭାବେ ସବୁବେଳେ ସୁସ୍ଥ ଓ ଶାନ୍ତି ରଖିବା ନିହାତି ଆବଶ୍ୟକ ।

ABOUT THE AUTHOR

...view details