ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ମାକ୍ରନଙ୍କ ଅପମାନ, ବିରୋଧିଙ୍କ ଟାର୍ଗେଟରେ ଉଦ୍ଧବ ସରକାର

ଗୁରୁବାର ନୀସ ସହରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଫ୍ରାନ୍ସ ସହ ଛିଡା ହୋଇଛି ଭାରତ । ହେଲେ ଭାରତର ମହାରାଷ୍ଟ୍ରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧ ହେଉଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ମାକ୍ରନଙ୍କ ଅପମାନ, ବିରୋଧିଙ୍କ ଟାର୍ଗେଟରେ ଉଦ୍ଧବ ସରକାର
ମହାରାଷ୍ଟ୍ରରେ ମାକ୍ରନଙ୍କ ଅପମାନ, ବିରୋଧିଙ୍କ ଟାର୍ଗେଟରେ ଉଦ୍ଧବ ସରକାର

By

Published : Oct 30, 2020, 7:25 PM IST

ମୁମ୍ବାଇ: ଆତଙ୍କବାଦ ବିରୋଧରେ ଜାରି ଲଢେଇରେ ସାରା ବିଶ୍ବକୁ ଏକଜୁଟ ହେବାକୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ ଦେଉଥିବା ବେଳେ ମହାରାଷ୍ଟ୍ରରେ କିନ୍ତୁ ଚାଲିଛି ମନ ଇଚ୍ଛା କାର୍ଯ୍ୟ । ଗୁରୁବାର ନୀସ ସହରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଫ୍ରାନ୍ସ ସହ ଛିଡା ହୋଇଛି ଭାରତ । ହେଲେ ଭାରତର ମହାରାଷ୍ଟ୍ରରେ ଫ୍ରାନ୍ସକୁ ବିରୋଧ ହେଉଥିବା ଦେଖିବାକୁ ମିଳିଛି ।

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଦକ୍ଷିଣ ମୁମ୍ବାଇର ରାସ୍ତାରେ ଛପାଯାଇଥିଲା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏ ମାକ୍ରନଙ୍କ ଫଟୋଚିତ୍ର । ତେବେ ବର୍ତ୍ତମାନ ଏହି ଫଟୋଚିତ୍ରକୁ ହଟାଇ ଦେଇଛନ୍ତି ମାହାରାଷ୍ଟ୍ରରେ କ୍ଷମତାସୀନ ଉଦ୍ଧବ ସରକାର ।

ଘଟଣାକୁ ନେଇ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ବିଟ କରି ଲେଖିଛନ୍ତି, ମହାରାଷ୍ଟ୍ର ସରକାର...ଆପଣଙ୍କ ସରକାରର ରାଜରେ କଣ ହେଉଛି ? ଆତଙ୍କବାଦ ବିରୋଧରେ ଫ୍ରାନ୍ସ ସହ ମିଶି ଲଢିବା ପାଇଁ ପ୍ରତିଜ୍ଞା ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲେ ମୁମ୍ବାଇ ରାସ୍ତରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଅପମାନ କଣ ପାଇଁ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ।

ମହାରାଷ୍ଟ୍ରରେ ମାକ୍ରନଙ୍କ ଅପମାନ, ବିରୋଧିଙ୍କ ଟାର୍ଗେଟରେ ଉଦ୍ଧବ ସରକାର

ଗୁରୁବାର ଫ୍ରାନ୍ସର ନୀସ ସହରରେ ଥିବା ଏକ ଚର୍ଚ୍ଚ ବାହାରେ ଛୁରା ମାଡ ନେଇ ଖବର ସାମ୍ନାକୁ ଆସିଥିଲା । ଜଣେ ଦୁବୃର୍ତ୍ତ ଏଠାରେ ଉପସ୍ଥିତ ଲୋକଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡା ନିନ୍ଦା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧନମନ୍ତ୍ରୀ ଟ୍ବିଟ କରି ପୀଡିତଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଥିଲେ ।

ଘଟଣାକୁ ନେଇ ମୋଦି କହିଥିଲେ, ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି । ମୋଦି ନିଜର ଅଫିସିଆଲ୍ ଟ୍ବିଟରରେ ଲେଖିଥିଲେ, ମୁଁ ଫ୍ରାନ୍ସର ନୀସ ସହରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର କଡା ନିନ୍ଦା କରୁଛି । ଫ୍ରାନ୍ସର ପୀଡିତ ପରିବାରଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି । ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତ ଫ୍ରାନ୍ସ ସହ ଛିଡା ହୋଇଥିବା ଲେଖିଥିଲେ ମୋଦି ।

ABOUT THE AUTHOR

...view details