ଓଡିଶା

odisha

By

Published : Aug 17, 2020, 8:00 PM IST

ETV Bharat / bharat

ଚାଷଜମିରେ ଜରୁରୀକାଳୀନ ଅବତରଣ କଲା ସେନା ହେଲିକପ୍ଟର

ଭାରତୀୟ ସେନାର ଏକ ହେଲିକପ୍ଟର ସୋମବାର ଜରୁରୀକାଳୀନ ଅବତରଣ କରିଛି । ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଯୋଗୁଁ ଏହାକୁ ଏକ ଚାଷଜମିରେ ଜରୁରୀକାଳୀନ ଅବତରଣ କରାଯାଇଥିଲା ।

ଚାଷଜମିରେ ଜରୁରୀକାଳୀନ ଅବତରଣ କଲା ସେନା ହେଲିକପ୍ଟର
ଚାଷଜମିରେ ଜରୁରୀକାଳୀନ ଅବତରଣ କଲା ସେନା ହେଲିକପ୍ଟର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରାରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସେନା ହେଲିକପ୍ଟର । ଭାରତୀୟ ସେନାର ଏକ ହେଲିକପ୍ଟର ସୋମବାର ଜରୁରୀକାଳୀନ ଅବତରଣ କରିଛି । ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଯୋଗୁଁ ଏହାକୁ ଏକ ଚାଷଜମିରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ସେପଟେ ଏହାକୁ ଦେଖିବା ପାଇଁ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଯାଇଥିଲା ।

ଚାଷଜମିରେ ଜରୁରୀକାଳୀନ ଅବତରଣ କଲା ସେନା ହେଲିକପ୍ଟର

ତେବେ ପାଇଲଟ ସମେତ ହେଲିକପ୍ଟରରେ ଥିବା ସମସ୍ତ ଅଧିକାରୀ ସୁରକ୍ଷିତ ଅଛନ୍ତି। ଘଟଣାଟି ସକାଳ ପ୍ରାୟ 9 ଟା ସମୟରେ ଘଟିଥିଲା । କିଛି ସମୟ ପରେ ହେଲିକପ୍ଟର ଯାଞ୍ଚ କରି ପାଇଲଟ ପୁନର୍ବାର ଉଡ଼ାଣ ଭରିଥିଲେ । ତେବେ ହେଲିକପ୍ଟରଟ ଅବତରଣ କରିବା ସମୟରେ ଗ୍ରାମବାସୀ ସେମାନଙ୍କ ମୋବାଇଲରେ ଭିଡିଓ ପ୍ରସ୍ତୁତ କରିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details