ଓଡିଶା

odisha

By

Published : Jun 26, 2020, 1:53 PM IST

ETV Bharat / bharat

ବୈଷୟିକ ତ୍ରୁଟି ଯୋଗୁଁ ଜରୁରୀକାଳୀନ ଅବତରଣ କଲା ବାୟୁସେନା ହେଲିକପ୍ଟର

ହରିୟାଣାର ସୋନିପତ କେଜିପିରେ ଜରୁରୀକାଳୀନ ଅବତରଣ କଲା ବାୟୁସେନା ହେଲିକପ୍ଟର ।

ବୈଷୟିକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର
ବୈଷୟିକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର

ଚଣ୍ଡିଗଡ: ବୈଷୟିକ ତ୍ରୁଟି ହେତୁ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର । ହରିୟାଣାର ସୋନିପତ କେଜିପିରେ ଅବତରଣ ହୋଇଥିବା ଜଣାପଡିଛି ।

ବୈଷୟିକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର

ସୂଚନାନୁଯାୟୀ, ବାୟୁସେନା ହେଲିକପ୍ଟର ଗାଜିଆବାଦର ଯମୁନା ବ୍ରିଜ ନିକଟରେ କୁଣ୍ଡଲି ଗାଡ଼ି ରାସ୍ତାରେ ଅବତରଣ କରିଥିଲା । ସକାଳ ପ୍ରାୟ 10ଟାରେ ଅବତରଣ କରିଥିବା ବେଳେ ହେଲିକପ୍ଟର ଦେଖିବାକୁ ରାସ୍ତାରେ ଯାଉଥିବା ଗାଡି ଗୁଡିକ ଅଟକି ଯାଇଥିଲା ।

ତେବେ ପାଇଲଟ ଅଧିକାରୀମାନଙ୍କୁ ସୂଚନା ଦେବାପରେ ଅଧିକାରୀ ଏବଂ ମେକାନିକ ହିନ୍ଦନ୍ ଏୟାରବେସରୁ ଘଟଣାସ୍ଥଳରେ ପହଞ୍ଚିଥିଲେ | ଏହାପରେ ତ୍ରୁଟି ସୁଧାରି ହେଲିକପ୍ଟରକୁ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲେ । ଦେଢ ଘଣ୍ଟା ଧରି ହେଲିକପ୍ଟର ରାସ୍ତାରେ ଥିବା ବେଳେ ଅନ୍ୟ ରାସ୍ତା ଦେଇ ଗାଡି ଚଳାଚଳ କରାଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details