ଓଡିଶା

odisha

ETV Bharat / bharat

କ୍ୟାସଲେସ ହେଲେ ସ୍ୱାମୀ ଅୟାପ୍ପା, ସାବରୀମାଳାରେ ଇ-ସ୍ବାଇପରେ ଦାନ

ଅୟାପ୍ପାଙ୍କ ପାଖରେ ଇ-ସ୍ବାଇପରେ ଦକ୍ଷିଣା ପ୍ରଦାନ। ଯାହାଦ୍ବାରା ଭକ୍ତ ନିଜ ଡେବିଟ ଓ କ୍ରେଡିଟ କାର୍ଡ ଦ୍ବାରା ଦକ୍ଷିଣା ପ୍ରଦାନ କରିପାରିବେ। ଅଧିକ ଖବର ପଢନ୍ତୁ...

Electronic kanikka at Sabarimala temple
କ୍ୟାସଲେସ ହେଲେ ଆୟାପ୍ପା,ସାବରୀମାଳାରେ ଇ-ସ୍ବାଇପରେ ଦାନ

By

Published : Nov 29, 2019, 12:54 PM IST

ଥିରୁଅନନ୍ତପୁରମ: ଏବେ ସୁରୁଖୁରୁ ହେବ ଦାନ କାର୍ଯ୍ୟ। ସିଧାସଳଖ ଭକ୍ତଙ୍କ ଆକାଉଣ୍ଟରୁ ଦାନ ଅର୍ଥ ପହଞ୍ଚିବ ଭଗବାନଙ୍କ ଆକାଉଣ୍ଟରେ। ହୁଣ୍ଡିରୁ ଟଙ୍କା ଚୋରି ଭଳି ଅନିୟମିତତା ତ ଦୂରର କଥା ଦାନଅର୍ଥ ଗଣିବାକୁ ମଧ୍ୟ କଷ୍ଟ କରିବାକୁ ପଡିବନି। ଏ ବ୍ୟବସ୍ଥାରେ ସ୍ବଚ୍ଛ ଓ ସୁଧାର ପାଇଁ ଏଭଳି ସୁବିଧା ସାବରୀମାଳା ମନ୍ଦିରରେ ଆରମ୍ଭ କରାଯାଇଛି।

ସ୍ବାମୀ ଅୟାପ୍ପାଙ୍କ ପାଖରେ ଦାନ ଦେବା ପାଇଁ ଦେବସ୍ବାମ ବୋର୍ଡ ଓ ଦକ୍ଷିଣ ଭାରତୀୟ ବ୍ୟାଙ୍କର ମିଳିତ ସହଯୋଗରେ ଏପରି ସୁବିଧା ଭକ୍ତଙ୍କୁ ଯୋଗାଇ ଦେଇଛି। ଯାହାଦ୍ବାରା ଭକ୍ତ ନିଜ ଡେବିଟ ଓ କ୍ରେଡିଟ କାର୍ଡ ଦ୍ବାରା ଦକ୍ଷିଣା ପ୍ରଦାନ କରିପାରିବେ।

କ୍ୟାସଲେସ ହେଲେ ଆୟାପ୍ପା,ସାବରୀମାଳାରେ ଇ-ସ୍ବାଇପରେ ଦାନ

ଏହି ଇ-ସ୍ବାଇପ ବ୍ୟବସ୍ଥା ମନ୍ଦିରର 4ଟି ସ୍ଥାନରେ କରାଯାଇଛି। ଭକ୍ତ ଏହି ମେସିନରେ ବିଭିନ୍ନ ପ୍ରକାରର କାର୍ଡ ବ୍ୟବହାର କରିପାରିବେ। ଏହି ଦାନ ପ୍ରକ୍ରିୟା କେବଳ ମନ୍ଦିର ଖୋଲ ସମୟରେ ଉପଲବ୍ଧ ହେବ।

ABOUT THE AUTHOR

...view details