ନୂଆଦିଲ୍ଲୀ: ଶକ୍ତି, ପରିବେଶ, ଜଳ ପରିଷଦ(CEEW) ଓ ବିଏସଇଏସ ପକ୍ଷରୁ ନିକଟରେ ଗବେଷଣା କରାଯାଇଛି। ଯେଉଁଥିରୁ ଜଣାପଡିଛି ଯେ ଛାତ ଉପରେ ଲଗାଯାଉଥିବା ସୋଲାର ପ୍ୟାନେଲରୁ ପ୍ରାୟ 1 କିଲୋଓ୍ବାଟ ବିଦ୍ୟୁତ ସଂରକ୍ଷିତ ହୋଇପାରିବ। ଯାହା ମାଧ୍ୟମରେ ଟଙ୍କା ମଧ୍ୟ ସଞ୍ଚୟ କରାଯାଇପାରିବ। ବିଦ୍ୟୁତ ସଂରକ୍ଷଣ କରିବା ନେଇ ଲୋକଙ୍କୁ ଅବଗତ କରାଯାଉଛି।
ସୋଲାର ପ୍ୟାନେଲରେ ସଂରକ୍ଷିତ ହେବ ବିଦ୍ୟୁତ ଶକ୍ତି - ସୋଲାର ପ୍ୟାନେଲ ଯୋଗୁଁ ସଂରକ୍ଷିତ ହେବ ବିଦ୍ୟୁତ ଶକ୍ତି
ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ଦ୍ବାରା ପ୍ରାୟ 1 କିଲୋଓ୍ବାଟ ବିଦ୍ୟୁତ ସଂରକ୍ଷଣ ହୋଇଥାଏ । ଅଧିକ ପଢନ୍ତୁ...
![ସୋଲାର ପ୍ୟାନେଲରେ ସଂରକ୍ଷିତ ହେବ ବିଦ୍ୟୁତ ଶକ୍ତି](https://etvbharatimages.akamaized.net/etvbharat/prod-images/768-512-4890611-thumbnail-3x2-solar.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଏହି ଗବେଷଣା ପରେ ସିଇଇଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଠାରୁ ସୋଲାର ପ୍ୟାନେଲର ବ୍ୟବହାରକୁ ବଢାଇବା ଦିଗରେ କାମ କରାଯିବ। ଏହାସହିତ ଲୋକଙ୍କୁ ନିଜର ଘରର ଛାତ ଉପରେ ଏହାକୁ ଲଗାଇବା ପାଇଁ ସହଯୋଗ କରାଯିବ। ଯାହା ମାଧ୍ୟମରେ ବିଦ୍ୟୁତ ଶକ୍ତିକୁ ସଂରକ୍ଷଣ କରାଯିବା ସହ ଯୁବପିଢିଙ୍କୁ ମଧ୍ୟ ରୋଜଗାର ମିଳିଯିବ।
ଅନ୍ୟପଟେ ବିଏସଇଏସ ପକ୍ଷରୁ କୁହାଯାଇଛି ସୋଲାର ପ୍ୟାନେଲ ସେଠାରେ ଲଗାଯିବା ଯେଉଁଠି ଅତ୍ୟଧିକ ବିଦ୍ୟୁତ ଓଭରଲୋଡିଂ ହେବା ସହ ଏହାର ଅଧିକ ଆବଶ୍ୟକତା ରହିଛି।
TAGGED:
solar panel