ଆଗ୍ରା: କଥାରେ ଅଛି, ଯେସାକୁ ତେସା । ଯଦି ନିୟମ ଲାଗୁ ହୁଏ, ନିୟମର ପାଳନ ସମସ୍ତେ କରିବେ । ଏମିତି କିଛି ଢଙ୍ଗରେ ମୁହଁ ତୋଢ ଜବାବ ଦେଇଛନ୍ତି ଉତ୍ତର ପ୍ରଦେଶ ଫରିଦାବାଦ ଅଞ୍ଚଳର ଜଣେ ଲାଇନ ମ୍ୟାନ ।
ତେବେ ଘଟଣାଟି ମଙ୍ଗଳବାର ଉତ୍ତର ପ୍ରଦେସ ଫରିଦାବାଦ ଅଞ୍ଚଳରେ ଘଟିଛି । ସ୍ଥାନୀୟ ପୋଲିସ ଷ୍ଟେସନରୁ ଇଲେକ୍ଟ୍ରି କନେକ୍ସନ୍ କାଟି ଦେଇଛନ୍ତି ଜଣେ ଲାଇନ ମ୍ୟାନ । ତେବେ କନେକ୍ସନ କାଟିବା ପଛରେ କାରଣ ବଡ ଆଶ୍ଚର୍ଯ୍ୟକର । ଉକ୍ତ ଲାଇନ ମ୍ୟାନ ଜଣଙ୍କ ବିନା ହେଲମେଟ ପିନ୍ଧି ଗାଡି ଚଳାଉଥିବାରୁ ସ୍ଥାନୀୟ ପୋଲିସ ତାଙ୍କଠାରୁ 500ଟଙ୍କାର ଜରିମାନ ଆଦାୟ କରିଥିଲା । ପ୍ରତିବଦଳରେ ଥାନର ବକୟା ଇଲେକ୍ଟ୍ରି ବିଲ ଥିବାରୁ ସେ ଥାନରୁ କନେକ୍ସନ କାଟି ଦେଇଥିଲେ ।