ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ୍କୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ । ଏହାକୁ ଚଳିତ ଦଶକର ସବୁଠୁ ବଡ ଦୁର୍ନୀତି ବୋଲି ଆଖ୍ୟା ଦେଇଛନ୍ତି ସେ ।
ଇଲେକ୍ଟୋରାଲ ବଣ୍ଡ୍ ଚଳିତ ଦଶକର ସବୁଠୁ ବଡ ଦୁର୍ନୀତି: ଚିଦାମ୍ବରମ - ଇଲେକ୍ଟୋରାଲ ବଣ୍ଡ୍କୁ ନେଇ ବିଜେପିକୁ ଟାର୍ଗେଟ
ଇଲେକ୍ଟୋରାଲ ବଣ୍ଡ୍କୁ ଚଳିତ ଦଶକର ସବୁଠୁ ବଡ ଦୁର୍ନୀତି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ।
ଏହା ସହିତ ସେ ବିଜେପିକୁ କଟାକ୍ଷ କରି କହିଛନ୍ତି, ' ବିଜେପିକୁ ଦାନ ଦେଇଥିବା ଲୋକଙ୍କ ସମ୍ବନ୍ଧରେ ବିଜେପି ସବୁ ଜାଣିଛି। ଯେଉଁମାନେ ତାକୁ ଦାନ ଦେଇନାହାଁନ୍ତି ତାଙ୍କ ସମ୍ବନ୍ଧରେ ମଧ୍ୟ ଦଳ ସବୁ ଜାଣିଛି । ଯଦି ଏଠାରେ କେହି ଅନ୍ଧାରରେ ଅଛନ୍ତି ସେମାନେ ହେଉଛନ୍ତି ଭାରତର ସାଧାରଣ ଜନତା।’
ଚିଦାମ୍ବରମଙ୍କ ପକ୍ଷରୁ ତାଙ୍କ ପରିବାର ଲୋକ ଏହି ଟ୍ବିଟ କରିଛନ୍ତି । ଇଲେକ୍ଟୋରାଲ ବଣ୍ଡ୍କୁ ନେଇ ଗତ କିଛି ଦିନ ଧରି ଜୋରଦାର ହଙ୍ଗାମା କରୁଛନ୍ତି ବିରୋଧି ଦଳ। ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ସପ୍ତାହରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଗୃହରେ ଜୋରଦାର ହଙ୍ଗାମା କରାଯିବା ସହ ବିରୋଧ ପ୍ରଦର୍ଶନ କରାଯାଇଥିଲା।