ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା କ୍ଲିନଚିଟ୍ । ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ କଂଗ୍ରେସ ରାଲି କରୁଥିବା ବେଳେ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହଙ୍କୁ ରାହୁଲ ହତ୍ୟାକାରୀ କହିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା ।
ରାହୁଲଙ୍କୁ କ୍ଲିନଚିଟ୍ ଦେଲା ଇସି - congress
ରାହୁଲ ଗାନ୍ଧୀଙ୍କୁ କ୍ଲିନଚିଟ୍ ଦେଲା ନିର୍ବାଚନ କମିଶନ । ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ହତ୍ୟାକାରୀ ରାହୁଲ କହିଥିବା ଅଭିଯୋଗ ହୋଇଥିଲା । ଏନେଇ ଇସିଙ୍କ ପକ୍ଷରୁ ମିଳିଲା କ୍ଲିନଚିଟ୍ ।
![ରାହୁଲଙ୍କୁ କ୍ଲିନଚିଟ୍ ଦେଲା ଇସି](https://etvbharatimages.akamaized.net/etvbharat/prod-images/768-512-3170592-492-3170592-1556820192263.jpg)
ଏହି ଅଭିଯୋଗ ପରେ ଇସି ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା । ଗୁରୁବାର ରାହୁଲ ଗାନ୍ଧୀଙ୍କୁ କ୍ଲିନଚିଟ୍ ଦେଇଥିଲା ଇସି । ଆଉ ଏଥିରେ ରାହୁଲ ଆଚରଣବିଧି ଉଲଙ୍ଘନ କରିନଥିବା ସ୍ପଷ୍ଟିକରଣ ରଖିଛି । ସେପଟେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ହତ୍ୟାକାରୀ କହିବା ଅରୋପରେ ରାହୁଲଙ୍କ ବିରୋଧରେ ଅହମଦାବାଦ ମେଟ୍ରୋପୋଲିନ କୋର୍ଟ ସମନ ଜାରି କରିଛନ୍ତି । କୋର୍ଟ ବିଜେପିର ପାର୍ଷଦ କୃଷ୍ଣବଦନ ବ୍ରହ୍ମଭଟ୍ଟଙ୍କ ଅଭିଯୋଗରେ ଏହି ସମନ ଜାରି କରିଥିଲେ । ବ୍ରହ୍ମଭଟ୍ଟ କହିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ହତ୍ୟାକାରୀ କହିଥିଲେ, ଯାହାକି ଅପରାଧିକ ମାନହାନି ମାମଲା ଦାଏର କରାଯିବ ।
ସମନ ମୁତାବକ ରାହୁଲ ଗାନ୍ଧୀଙ୍କୁ ଜୁଲାଇ 9 ତାରିଖ ପର୍ଯ୍ୟନ୍ତ କୋର୍ଟରେ ହାଜିର ହେବାକୁ ପଡିବ । ଯଦି କଂଗ୍ରେସ ଅଧ୍ୟକ୍ଷ ନିଜେ କୋର୍ଟରେ ଉପସ୍ଥିତ ନହୋଇ ପାରନ୍ତି ତେବେ ତାଙ୍କ ଓକିଲ ହାଜର ହେବେ । ସୂଚନା ଥାଉକି, ରାହୁଲ ଗାନ୍ଧୀ ଜବଲପୁରରେ ଏକ ରାଲିକୁ ସମ୍ଭୋଧିତ କରିବାକୁ ଯାଇ କହିଥିଲେ ଯେ, ‘ହତ୍ୟାକାରୀ ବିଜେପି ଅଧ୍ୟକ୍ଷ ଅମିତ ଶାହ, ସେ ବହୁତ ଶାନଦାର । ଆଚ୍ଛା ଜୟ ଶାହଙ୍କ ନାମ ଶୁଣିଛନ୍ତି ! ସେ ଜଣେ ଜାଦୁଗର ଅଟନ୍ତି । 50 ହଜାର ଟଙ୍କାକୁ ମାତ୍ର 3ମାସରେ 80 କୋଟି ଟଙ୍କା କରିଦେଲେ ।’