ନୂଆଦିଲ୍ଲୀ: ନିର୍ବାଚନ କମିଶନର ଅଶୋକ ଲାଭସା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଅଶୋକ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି)ରେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ। ଦୀପକ ଗୁପ୍ତାଙ୍କ ସ୍ଥାନରେ ଏଡିବିରେ ଅଶୋକଙ୍କୁ ନିଯୁକ୍ତ କରାଯାଇଛି । ଦୀପକ ଗୁପ୍ତାଙ୍କ କାର୍ଯ୍ୟକାଳ 31 ଅଗଷ୍ଟରେ ଶେଷ ହେବ | ଜାନୁଆରୀ 2018ରେ ଲାଭସାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା |
ନିର୍ବାଚନ ଆୟୋଗ ପଦରୁ ଅଶୋକ ଲାଭସାଙ୍କ ଇସ୍ତଫା - ନିର୍ବାଚନ କମିଶନର ଅଶୋକ ଲାଭସା
ନିର୍ବାଚନ କମିଶନର ଅଶୋକ ଲାଭସା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି)ରେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ ଲାଭସା । ଅଧିକ ପଢନ୍ତୁ...
ନିର୍ବାଚନ ଆୟୋଗର ଇତିହାସରେ ଅଶୋକ ଲାଭସା ଦ୍ବିତୀୟ କମିଶନର, ଯିଏକି ତାଙ୍କ କାର୍ଯ୍ୟକାଳ ପୂରଣ ପୂର୍ବରୁ ଇସ୍ତଫା ଦେବାକୁ ପଡିଛି। ଅଶୋକ ଲାଭସାଙ୍କ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ନାଗେନ୍ଦ୍ର ସିଂ 1973 ମସିହାରେ ଇସ୍ତଫା ଦେଇଥିଲେ । ସେତେବେଳେ ତାଙ୍କୁ ଅନ୍ତରାଷ୍ଟ୍ରୀୟ ନ୍ୟାୟିକ ଅଦାଲତର ବିଚାରପତି କରାଯାଇଥିଲା।
ଅଶୋକ ଲାଭାସା ଅଷ୍ଟ୍ରେଲିଆର ସାଉଥ କ୍ରସ୍ ୟୁନିଭରସିଟିରୁ ଏମବିଏ ଡିଗ୍ରୀ ଏବଂ ମାଡ୍ରାସ ବିଶ୍ବବିଦ୍ୟାଳୟର ପ୍ରତିରକ୍ଷା ଏବଂ ରଣନୀତି ଶାସ୍ତ୍ରରେ ଏମଫିଲ ଡିଗ୍ରୀ ହାସଲ କରିଛନ୍ତି। ସେ ଇଂରାଜୀରେ ସ୍ନାତକ କରିବା ସହ ଏବଂ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଅଶୋକ ଲାଭସା ପୂର୍ବରୁ ଭାରତର କେନ୍ଦ୍ର ଅର୍ଥ ସଚିବ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବଙ୍କ ସମେତ ଅନେକ ବରିଷ୍ଠ ପଦବୀରେ କାର୍ଯ୍ୟ କରିଛନ୍ତି।