ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଯାହାକୁ ନେଇ ସମସ୍ତ ରାଜନୈତିକ ଦଳ ଜୋରସୋରରେ ଆରମ୍ଭ କରିଛନ୍ତି ପ୍ରଚାର ପ୍ରସାର । ନିର୍ବାଚନ ଆୟୋଗ ମଧ୍ୟ ନିୟମ ଶକ୍ତ କରିଛନ୍ତି । ରାଲି ଏବଂ ଭାଷଣ ବ୍ୟତୀତ ଇଲେକ୍ସନ କମିଶନ ଏଥର ସୋସିଆଲ ମିଡିଆରେ ମଧ୍ୟ ନଜର ରଖିଛନ୍ତି ।
ତେବେ ନିକଟରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ବିଧାୟକ ଓମ୍ପ୍ରକାଶ ଶର୍ମା ଫେସବୁକରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଇଥିଲେ । ଯାହାକୁ ହଟାଇବା ପାଇଁ ଆଦେଶ ଦେଇଥିଲେ ନିର୍ବାଚନ ଆୟୋଗ । ଏହାସହ ସେ ଏନେଇ ଫେସବୁକକୁ ମଧ୍ୟ ସୂଚୀତ କରିଥିଲେ ।