ବେଙ୍ଗାଲୁରୁ: କର୍ଣ୍ଣାଟକର 15 ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କୁ ଅନୁମତି ମାଗିଲେ ନିର୍ବାଚନ କମିଶନ। ନିର୍ବାଚନ କମିଶନ ସୁପ୍ରିମକୋର୍ଟକୁ ସୂଚନା ପ୍ରଦାନ କରିଛନ୍ତି ଯେ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକଙ୍କ ମାମଲାର ରାୟ ଆସିବା ଏକ ଲମ୍ବା ପ୍ରକ୍ରିୟା । ଏହି କାରଣରୁ ରାୟ ନଆସିବା ଯାଏଁ ଉପ ନିର୍ବାଚନକୁ ସ୍ଥଗିତ ରଖାଯିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁମତି ମାଗିଛନ୍ତି ନିର୍ବାଚନ କମିଶନ । 22 ଅକ୍ଟୋବରରେ ଅଯୋଗ୍ୟ ବିଧାୟକଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ସ୍ଥିରୀକୃତ ହୋଇଛି ।
କର୍ଣ୍ଣାଟକ ଉପନିର୍ବାଚନ ସ୍ଥଗିତ, ଅକ୍ଟୋବର 22ରେ ଅଯୋଗ୍ୟ ବିଧାୟକଙ୍କ ଭାଗ୍ୟପରୀକ୍ଷା - 15 ଆସନରେ ନିର୍ବାଚନ ସ୍ଥଗିତ
ସୁପ୍ରମକୋର୍ଟଙ୍କ ରାୟ ନଆସିବା ଯାଏ କର୍ଣ୍ଣାଟକରେ 15 ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ସ୍ଥଗିତ । ଅଧିକ ପଢନ୍ତୁ...
ଗୁରୁବାର ନିର୍ବାଚନ କମିଶନ ଅବଗତ କରିଛନ୍ତି ଯେ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ ପାଇଁ ଦାଖଲ କରାଯାଇଥିବା ମାମଲାର ରାୟ ନଆସିବା ଯାଏଁ ଉପ ନିର୍ବାଚନ ସ୍ଥଗିତ ରହିବ । ଅନ୍ୟପଟେ 17ଜଣ ଅଯୋଗ୍ୟ ଘୋଷିତ ବିଧାୟକ 21 ଅକ୍ଟୋବରରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନ ଲଢିବା ପାଇଁ ସୁପ୍ରିମକୋର୍ଟକୁ ଅନୁମତି ମାଗିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ଉପ ନିର୍ବାଚନର ଏହି ୧୫ଟି ଆସନର ଫଳାଫଳ ଉପରେ ହିଁ ୟେଦ୍ଦୟୁରପ୍ପା ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । କ୍ଷମତାରେ ରହିବା ପାଇଁ ବିଜେପିକୁ ଅତି କମରେ 6 ଟି ସିଟରେ ବିଜୟ ଆବଶ୍ୟକ ରହିଛି । କ୍ଷମତାସୀନ ୟେଦ୍ଦୟୁରପ୍ପା ସରକାରଙ୍କ ନିକଟରେ ବର୍ତ୍ତମାନ 106 ବିଧାୟକଙ୍କ ସମର୍ଥନ ରହିଛି । ଏହି ୧୫ଟି ଆସନର ଫଳାଫଳ ଆସିବା ପରେ କର୍ଣ୍ଣାଟକ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୨୩କୁ ବୃଦ୍ଧି ପାଇବ । ଏଥିସହ ସରକାରରେ ରହିବା ପାଇଁ ବିଜେପିକୁ ୧୧୨ଟି ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ପଡିବ ।