ନୂଆଦିଲ୍ଲୀ: ବିହାର ନିର୍ବାଚନ ଏବଂ ଦେଶରେ ଗୋଟିଏ ଲୋକସଭା ଏବଂ 64 ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଏକାସାଥିରେ ହେବ। ଏନେଇ ଶୁକ୍ରବାର ନିର୍ବାଚନ ଆୟୋଗ ପକ୍ଷରୁ ଘୋଷଣା କରାଯାଇଛି। ତେବେ ନଭେମ୍ବର 29 ପୂର୍ବରୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଯଦିଓ ବିହାର ନିର୍ବାଚନର ତାରିଖ ଘୋଷଣା ହୋଇନାହିଁ, ତଥାପି ନିର୍ବାଚନ କମିଶନ ଖୁବ ଶୀଘ୍ର ନିର୍ବାଚନ ସୂଚୀ ପ୍ରକାଶ କରିପାରନ୍ତି ବୋଲି କୁହାଯାଉଛି । ତେବେ 64 ଟି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ଓଡିଶାର ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ରହିଛି । ବିହାର ବିଧାନସଭା ନିର୍ବାଚନ ସମୟରେ ଏହି ଉଭୟ ଆସନ ପାଇଁ ମଧ୍ୟ ନିର୍ବାଚନ ହେବ ।
ନଭେମ୍ବର 29 ପୂର୍ବରୁ ବିହାର ବିଧାନସଭା ନିର୍ବାଚନ, ଓଡିଶାରେ ବି ଉପନିର୍ବାଚନ - byelection
ବିହାର ବିଧାନସଭା ନିର୍ବାଚନ ଏବଂ ଦେଶରେ ଗୋଟିଏ ଲୋକସଭା ଏବଂ 64 ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଏକାସାଥିରେ ହେବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।
ଦେଶର ଗୋଟିଏ ଲୋକସଭା ଏବଂ 64 ଟି ବିଧାନସଭା ଆସନ ଖାଲି ରହିଛି । ଏହି ବାବଦରେ ଆଜି ନିର୍ବାଚନ ଆୟୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ସମୀକ୍ଷା କରାଯାଇଥିଲା। ତେବେ କୋରୋନା ଏବଂ ବନ୍ୟା ଯୋଗୁଁ ଉପ-ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଅନେକ ରାଜ୍ୟ ଦାବି କରିଥିଲେ।
ତେବେ ବିହାରରେ ବିଧାନସଭା ନିର୍ବାଚନ ନଭେମ୍ବର 29 ପୂର୍ବରୁ ହେବା ଆବଶ୍ୟକ ବୋଲି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ତେଣୁ ଲୋକସଭା ଏବଂ ବିଧାନସଭାରେ ଖାଲି ଥିବା ଆସନ ଆସନ ପାଇଁ ଉପ-ନିର୍ବାଚନ ଏକାସାଥିରେ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ସୁରକ୍ଷା ବାହିନୀର ଗତିବିଧି ଏବଂ ସାମଗ୍ରୀର ସମସ୍ୟା ଦେଖାଦେବ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ବିହାର ବିଧାନସଭା ନିର୍ବାଚନ ଏବଂ 65ଟି ଆସନ ପାଇଁ ଉପନିର୍ବାଚନର ତାରିଖ ଖୁବ ଶୀଘ୍ର ଘୋଷଣା ହେବ ବୋଲି ଆୟୋଗ କହିଛନ୍ତି ।