ଓଡିଶା

odisha

ETV Bharat / bharat

ସାଂସଦ ପରଭେସ ସିଂ ବର୍ମାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ - ସାଂସଦ ପରଭେସ ସିଂ ବର୍ମା

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ବିଜେପି ସାଂସଦ ପରଭେସ ସିଂ ବର୍ମାଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି ।

Election Commission issues notice to BJP MP Parvesh Singh Verma
ସାଂସଦ ପରଭେସ ସିଂ ବର୍ମାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

By

Published : Jan 29, 2020, 3:47 PM IST

ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ବିଜେପି ସାଂସଦ ପରଭେସ ସିଂ ବର୍ମାଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି । ଜାନୁଆରୀ 30(ଆସନ୍ତାକାଲି) ମଧ୍ୟାହ୍ନ ସୁଦ୍ଧା ନିଜର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେ ଉତ୍ତର ରଖିବାରେ ବିଫଳ ହୁଅନ୍ତି ତେବେ ନିର୍ବାଚନ କମିଶନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଏକ ରାଲିରେ ଯୋଗ ଦେଇ ଶାହୀନବାଗ ପ୍ରଦର୍ଶନ ସମ୍ପର୍କରେ ବିବାଦୀୟ ଭାଷଣ ଦେଇଥିଲେ ପଶ୍ଚିମ ନୂଆଦିଲ୍ଲୀ ସାଂସଦ ପ୍ରବେଶ ବର୍ମା। ସେ ଶାହୀନବାଗକୁ କାଶ୍ମୀର ସହ ତୁଳନା କରିଥିଲେ। ସେମାନେ ଦିନେ କାଶ୍ମୀର ଭଳି ଆପଣଙ୍କ ଘରେ ପଶିବେ। ଆପଣଙ୍କ ଝିଅ ବୋହୂଙ୍କୁ ଦୁଷ୍କର୍ମ କରି ମାରିଦେବେ। ଯଦି ବିଜେପି କ୍ଷମତାକୁ ଆସେ, ଘଣ୍ଟାଏ ମଧ୍ୟରେ ଶାହୀନବାଗରେ ଜାରି ରହିଥିବା ପ୍ରଦର୍ଶନକୁ ବନ୍ଦ କରିଦିଆଯିବ। ଏହା ବ୍ୟତୀତ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆତଙ୍କବାଦୀ ଏବଂ ନକ୍ସଲ ସହ ତୁଳନା କରିଥିଲେ। ଏଥିପାଇଁ ତାଙ୍କୁ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକାରୁ ବାଦ ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details