ନୂଆଦିଲ୍ଲୀ: ଘର ମାଲିକଙ୍କ ବିନା ଅନୁମତିରେ ଦଳୀୟ ବ୍ୟାନର ଲଗାଇ ଆଡୁଆରେ ରାହୁଲ। ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇଛନ୍ତି ନିର୍ବାଚନ କମିଶନ । 24 ଘଣ୍ଟା ମଧ୍ୟରେ ଜାବାବ ଦେବାକୁ କୁହାଯାଇଛି ।
NYAY ବ୍ୟାନର ଲଗାଇ ଅଡୁଆରେ ରାହୁଲ
ବିନା ଅନୁମତିରେ ଘରୋଇ କୋଠାରେ ବ୍ୟାନର ଲଗାଇବା ପଡିଲା ମହଙ୍ଗା । ରାହୁଲଙ୍କୁ ଇସିଙ୍କ ନୋଟିସ ।
ଫାଇଲ ଫଟୋ
ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ । କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ଇସିଙ୍କ ନୋଟିସ । ଆମେଥିର ଏକ ଘରୋଇ କୋଠାରେ ଦଳୀୟ ବ୍ୟାନର ଲଗାଯିବା ନେଇ ଏ ନୋଟିସ ଜାରି କରାଯାଇଛି। କଂଗ୍ରେସର ନ୍ୟୁନତମ ଆୟ ଯୋଜନା(NYAY)ର ଏକ ବ୍ୟାନର ଏକ ଘରୋଇ କୋଠାର କାନ୍ଥରେ ଲାଗିଥିଲା । ହେଲେ ଏଥିପାଇଁ ସମ୍ପୃକ୍ତ କୋଠାର ମାଲିକଙ୍କ ଅନୁମତି ନିଆଯାଇନାହିଁ। ଯାହାକୁ ନେଇ ନିର୍ବାଚନ କମିଶନ ଜବାବ ତଲବ କରିଛନ୍ତି ।