ଓଡିଶା

odisha

ETV Bharat / bharat

ନିର୍ବାଚନ ପ୍ରଚାର କରିପାରିବେନି ଆଜମ ଖାନ-ମେନକା ଗାନ୍ଧୀ

ସମାଜବାଦୀ ପାର୍ଟି ନେତା ଆଜମ ଖାନ ଏବଂ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ । ଆଜମ ଖାନଙ୍କ ଉପରେ 7୨ ଘଣ୍ଟା (୩ ଦିନ) ପାଇଁ ପ୍ରତିବନ୍ଧକ ଲାଗିଥିବା ବେଳେ ମେନକା ଗାନ୍ଧୀଙ୍କ ବିରୁଦ୍ଧରେ ୪୮ ଘଣ୍ଟା (୨ ଦିନ) ପାଇଁ ପ୍ରତିବନ୍ଧକ ଲାଗିଛି ।

By

Published : Apr 15, 2019, 11:27 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମାୟାବତୀଙ୍କ ପରେ ଏବେ ଆଜମ ଖାନ ଏବଂ ମେନକା ଗାନ୍ଧୀଙ୍କ ପ୍ରତି ଶକ୍ତ ହେଲେ ନିର୍ବାଚନ ଆୟୋଗ । ସମାଜବାଦୀ ପାର୍ଟି ନେତା ଆଜମ ଖାନ ଏବଂ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ । ଆଜମ ଖାନଙ୍କ ଉପରେ ନିର୍ବାଚନ ଆୟୋଗ ୭୨ ଘଣ୍ଟା (୩ ଦିନ) ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି । ସେହିପରି ମେନକା ଗାନ୍ଧୀଙ୍କ ଉପରେ ୪୮ ଘଣ୍ଟା (୨ ଦିନ) ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି ଆୟୋଗ ।

ତେବେ ଏହି ପ୍ରତିବନ୍ଧକ ମଙ୍ଗଳବାର ସକାଳ 10 ଟାରୁ ଆରମ୍ଭ ହେବ । ପ୍ରତିବନ୍ଧକ ସମୟରେ ଏହି ଦୁଇ ନେତା କୌଣସି ରାଲି କରିପାରିବେ ନାହିଁ କି ସୋସିଆଲ ମିଡିଆ ମାଧ୍ୟମରେ ନିଜର ପ୍ରଚାର କରିପାରିବେ ନାହିଁ ବୋଲି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ନିର୍ବାଚନ ପ୍ରଚାରରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ବିଏସପି ପ୍ରମୁଖ ମାୟାବତୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ ନିର୍ବାଚନ ଆୟୋଗ ପ୍ରତିବନ୍ଧକ ଲଗାଇଥିଲେ । ଦୁହିଁଙ୍କ ଉପରେ ଆଚରଣ ବିଧି ଉଲଙ୍ଘନର ଅଭିଯୋଗ ହୋଇଥିଲା ।

For All Latest Updates

ABOUT THE AUTHOR

...view details