ଓଡିଶା

odisha

ETV Bharat / bharat

‘ମୋତେ ଜିତାନ୍ତୁ, କଟିବନି ଆପଣଙ୍କ ଟ୍ରାଫିକ ଚାଲାଣ’ - ଟ୍ରାଫିକ ଚାଲାଣ

ହରିୟାଣା ଫତେହବାଦରେ ଜଣେ ବିଜେପି ପ୍ରାର୍ଥୀ ଲୋକଙ୍କୁ ଟ୍ରାଫିକ ଚାଲାଣ ଉପରେ ଲୋଭନୀୟ ପ୍ରସ୍ତାବ ଦେଇଛନ୍ତି ।

‘ମୋତେ ଜିତାନ୍ତୁ, କଟିବନି ଆପଣଙ୍କ ଟ୍ରାଫିକ ଚାଲାଣ’

By

Published : Oct 10, 2019, 3:12 PM IST

ଫତେହବାଦ: ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ଏଥିପାଇଁ ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଚାଲିଛି ଜୋରଦାର ପ୍ରସ୍ତୁତି । ଉଭୟ ଶାସକ ଓ ବିରୋଧୀ ନେତାଙ୍କ ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ଉଦ୍ୟମ । ଏହି ଅବସରରେ ଜଣେ ବିଜେପି ପ୍ରାର୍ଥୀଙ୍କ ବିବାଦୀୟ ବୟାନ ସାମନାକୁ ଆସିଛି ।

‘ମୋତେ ଜିତାନ୍ତୁ, କଟିବନି ଆପଣଙ୍କ ଟ୍ରାଫିକ ଚାଲାଣ’

ହରିୟାଣା ଫତେହବାଦରେ ଜଣେ ବିଜେପି ପ୍ରାର୍ଥୀ ଲୋକଙ୍କୁ ଟ୍ରାଫିକ ଚାଲାଣ ଉପରେ ଲୋଭନୀୟ ପ୍ରସ୍ତାବ ଦେଇଛନ୍ତି । ଡୁଡା ରାମ ବିଷ୍ଣୋଇ ଏକ ନିର୍ବାଚନୀ ରାଲିକୁ ଉଦବୋଧନ ଦେବା ସମୟରେ ତାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଯଦି ଲୋକେ ତାଙ୍କୁ ଆଗାମୀ ନିର୍ବାଚନରେ ଜିତାଇଦେବେ ତେବେ ସେ ତାଙ୍କ ଟ୍ରାଫିକ ଚାଲାଣ ସମସ୍ୟା ଦୂର କରିଦେବେ ।

ଡୁଡା ରାମ କହିଛନ୍ତି, " ମୁଁ ଆପଣଙ୍କ ପୁଅ ଅବା ଭାଇ ଭଳି । ମୋତେ ଭୋଟ ଦେଇ ଆପଣ ଜିତାନ୍ତୁ । ବିଧାୟକ ହେବା ପରେ ମୁଁ ଆପଣଙ୍କ ଛୋଟ ଛୋଟ ସମସ୍ୟା ଦୂର କରିଦେବି । ଶିକ୍ଷା, ନିଶାସେବନ ଭଳି ସମସ୍ୟା ଆଉ ରହିବ ନାହିଁ । ଏପରିକି ଆପଣଙ୍କ ଟ୍ରାଫିକ ଚାଲାଣ କାଟୁଥିବା ଅଧିକାରୀଙ୍କୁ ମଧ୍ୟ ଉଚିତ ଶିକ୍ଷା ମିଳିବ । ମୁଁ ବିଧାୟକ ହେବା ପରେ ଆପଣଙ୍କର ଆଉ କୌଣସି ଚାଲାଣ କଟିବ ନାହିଁ ।"

ଉଲ୍ଲେଖଯୋଗ୍ୟ ଯେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ବିଶେଷ କରି ଏଥିରେ କଟୁଥିବା ବିପୁଳ ଫାଇନକୁ ଲୋକେ ସମାଲୋଚନା କରିଛନ୍ତି । ହରିୟାଣାରେ ସେପ୍ଟେମ୍ବର 1ରୁ ଏହି ନିୟମ ଲାଗୁ ହୋଇଛି । ଏଠାରେ ଅଧିକ ଫାଇନ ସହ ଚାଲାଣ କଟୁଥିବାର ଅନେକ ଘଟଣା ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଯାଉଥିବାବେଳେ ଶାସକ ଦଳର ଜଣେ ପ୍ରାର୍ଥୀଙ୍କ ଏପରି ବିବାଦୀୟ ବୟାନ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ABOUT THE AUTHOR

...view details