ରାୟପୁର: ନାରୀ ସର୍ବଦା ପୂଜନୀୟ। ଏକଧାରରେ ସେ ଜନନୀ, ଜାୟା ଓ ଭଗିନୀ। ସେ ଜନ୍ମଦାତ୍ରୀ। ତା' ବିନା ସୃଷ୍ଟି ନାହିଁ। ସେଇ ନାରୀ ପୁଣି କେବେ ସାଜେ ନାରାୟଣୀ, ବିନାଶେ ଦାନବ, ଧର୍ମ ସଂସ୍ଥାପେ ଧରଣୀ । ଏଭଳି ଜଣେ ନାରୀ ହେଉଛନ୍ତି ଛତିଶଗଡ଼ ଜିଲ୍ଲାର ଦନ୍ତେୱାଡାରେ ରିଜର୍ଭ ଗାର୍ଡ ଭାବରେ ନିୟୋଜିତ ଥିବା 8 ମାସର ଗର୍ଭବତୀ ମହିଳା ସୁନୈନା ପଟେଲ ।
ଦେଶ ସେବାରେ 8 ମାସର ଗର୍ଭବତୀ - pregnancy woman on patrol duty
ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ନାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ସେମାନଙ୍କ ମଧ୍ୟରୁ 8 ମାସର ଗର୍ଭବତୀ ମହିଳା ସୁନୈନା ପଟେଲ, ଯିଏକି ଛତିଶଗଡ଼ର ଦନ୍ତେୱାଡାରେ ରିଜର୍ଭ ଗାର୍ଡ ଭାବରେ ନିୟୋଜିତ । ଅଧିକ ପଢନ୍ତୁ...
![ଦେଶ ସେବାରେ 8 ମାସର ଗର୍ଭବତୀ woman on patrol duty](https://etvbharatimages.akamaized.net/etvbharat/prod-images/768-512-6335613-thumbnail-3x2-anaina.jpg)
ରିଜର୍ଭ ଗାର୍ଡ ଭାବରେ 8 ମାସର ଗର୍ଭବତୀ ମହିଳା
ସେ 2 ମାସର ଗର୍ଭବତୀ ଥିବାବେଳେ ରିଜର୍ଭ ଗାର୍ଡ ଭାବରେ ଯୋଗ ଦେଇଥିଲେ । ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ କେବେ ହେଲେ ପଛଘୁଞ୍ଚା ଦେଇ ନାହାଁନ୍ତି ସୁନୈନା । ଆଜି ବି ଯଦି ପଚରା ଯାଏ ତେବେ ସେ ଅତି ଆନ୍ତରିକତାର ସହିତ କରିବି ବୋଲି ସ୍ବୀକାର କରିଥାନ୍ତି । ଜଣେ ପୋଲିସ ଅଧୀକ୍ଷକ ଅଭିଷେକ ପଲ୍ଲଭ କହିଛନ୍ତି ଯେ, ସୁନୈନା ପୂର୍ବରୁ ଥରେ ପାଟ୍ରୋଲିଂ କରୁଥିବା ସମୟରେ ତାଙ୍କର ମିସକ୍ୟାରେଜ ମଧ୍ୟ ହୋଇଥିଲା । ସେ ଅନେକ ମହିଳାଙ୍କୁ ଉତ୍ସାହିତ କରିଛନ୍ତି । ସେ କମାଣ୍ଡର ଭାବରେ ଦାୟିତ୍ବ ଗ୍ରହଣ କରିଥିବାରୁ ଆମ ଫୋର୍ସରେ ମହିଳା କମାଣ୍ଡୋଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
@ANI