ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣ ମଧ୍ୟରେ ମୁସଲମାନ ଧର୍ମ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା ଆସନ୍ତା ଅଗଷ୍ଟ 1ରେ ପାଳନ ହେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ଜାମା ମସଜିଦର ଶାହୀ ଇମାମ ସୈୟଦ ଅହମ୍ମଦ ବୁଖାରୀ । ମଙ୍ଗଳବାର ଆକାଶରେ ଜହ୍ନ ଦେଖାଯାଇନଥିବାରୁ ଏହି ପର୍ବ ଅଗଷ୍ଟ ପହିଲାରେ ପାଳନ ହେବ ବୋଲି ବୁଖାରୀ କହିଛନ୍ତି ।
ଅଗଷ୍ଟ 1ରେ ପାଳନ ହେବ ଇଦ-ଉଲ-ଜୁହା - ଇଦ-ଉଲ-ଜୁହା
ଆକାଶରେ ଦେଖିବାକୁ ମିଳିଲାନାହିଁ ଜହ୍ନ । ଏନେଇ ଆସନ୍ତା ଅଗଷ୍ଟ 1ରେ ପାଳନ ହେବ ଇଦ-ଉଲ-ଜୁହା । ଅଧିକ ପଢନ୍ତୁ...
ଅଗଷ୍ଟ 1ରେ ପାଳନ ହେବ ଇଦ-ଉଲ-ଜୁହା
ଅନ୍ୟପକ୍ଷେ ଫତେହପୁରୀ ମସଜିଦର ଶାହୀ ଇମାମ ମୌଲାନା ମୁଫ୍ତି ମୁକରମ କହିଛନ୍ତି ଯେ ଦିଲ୍ଲୀ ସମେତ ଭାରତର କୌଣସି ସ୍ଥାନରେ ମଙ୍ଗଳବାର ଜହ୍ନ ଦେଖାଯାଇନାହିଁ । ଏଣୁ ବକରୀଦ 1 ଅଗଷ୍ଟ ତଥା ଶନିବାର ପାଳନ ହେବ ।