ନୂଆଦିଲ୍ଲୀ: ଇସଲାମ ଧର୍ମରେ ପ୍ରତ୍ୟେକ ବର୍ଷ ୨ଟି ଇଦ ପାଳନ କରାଯାଏ। ଗୋଟିଏ ଇଦ- ଉଲ- ଫିତ୍ର ଓ ଅନ୍ୟଟି ଇଦ-ଉଲ- ଅଜହା ଅର୍ଥାତ ବକ୍ରି ଇଦ୍। ଆଜି ସମଗ୍ର ଦେଶ ପାଳନ କରୁଛି ବକ୍ରି ଇଦ୍ ଉତ୍ସବ। ଦେଶରେ କୋରୋନା ସଙ୍କଟ କାରଣରୁ ଏହାକୁ ପୂର୍ବ ବର୍ଷ ପରି ବେଶ ଧୁମଧାମରେ ପାଳନ ହୋଇପାରୁନାହିଁ। ହେଲେ ଏହି ଭାଇଚାରାର ପର୍ବକୁ ସମସ୍ତେ ଖୁସିରେ ମନାଉଛନ୍ତି।
ବକ୍ରି ଇଦ୍ ଛେଳି , ଓଟ ଆଦିର ବଳି ଦିଆଯାଇଥାଏ। ବକ୍ରିଦ, ଇଦ-ଉଲ-ଫିତ୍ରର ୭୦ ଦିନପରେ ଆସିଥାଏ। ପବିତ୍ର ବକ୍ରିଦ୍ ଅବସରରେ ରାଜ୍ୟର ସବୁ ମସଜିଦ୍ ଓ ଦରଘାରେ ସମୁହ ନମାଜ ପାଠ ସହ ଜମୁଛି ଭିଡ। ମୁସଲିମ୍ ଧର୍ମାବଲମ୍ବୀ ପରସ୍ପରକୁ ବ୍ରକିଦ ମୁବାରକ ଜଣାଇଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସମସ୍ତେ ଏହି ପର୍ବ ପାଇଁ ମୁସଲିମ ଭାଇ ଓ ଭଉଣୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।