ଓଡିଶା

odisha

ETV Bharat / bharat

ପ୍ରକୃତ ଶକ୍ତି ହେଉଛି ଦକ୍ଷ ମାନବ ସମ୍ବଳ - ବେଟି ପଢ଼ାଓ , ବେଟି ବଚାଓ’ ଯୋଜନା

ଆମ ଦେଶରେ ଜନଗଣନା ପ୍ରକ୍ରିୟା ଏ ବର୍ଷ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା କୌଣସି ନୂଆ କଥା ନୁହେଁ, ପ୍ରତି ଦଶବର୍ଷକୁ ଥରେ ଆମେ ଦେଶରେ ଜନସଂଖ୍ୟା ଗଣନା କରିଥାଉ। ସ୍ଵାଧୀନତା ପରଠାରୁ ଆଜି ଭିତରେ ୬ ଥର ଏହିପରି ଜନସଂଖ୍ୟାରେ ଗଣନା ହୋଇଛି। ଏଥର କିନ୍ତୁ ଏ ବିଷୟ ଚର୍ଚାରେ ରହିବାର କାରଣ ହେଉଛି ଜାତିଭିତ୍ତିକ ଜନଗଣନା। ଯେକୌଣସି ଦେଶରେ ଜନସଂଖ୍ୟାକୁ ତାହାର ସମ୍ବଳ ଭାବେ ଗ୍ରହଣ କରାଯାଇଥାଏ। ଦେଶର ଅର୍ଥନୀତିକ ବିକାଶ ମାନବ ସମ୍ବଳର ଦକ୍ଷତା ଓ ବିକାଶ ଉପରେ ନିର୍ଭର କରିଥାଏ। ଅଧିକ ପଢନ୍ତୁ...

efficient-human-resources-are-the-strength
ପ୍ରକୃତ ଶକ୍ତି ହେଉଛି ଦକ୍ଷ ମାନବ ସମ୍ବଳ: ଜନଗଣନା ପାଇଁ ପ୍ରସ୍ତୁତି ଶେଷ

By

Published : Mar 5, 2020, 7:38 PM IST

ଆମ ଦେଶରେ ଜନଗଣନା ପ୍ରକ୍ରିୟା ଏ ବର୍ଷ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା କୌଣସି ନୂଆ କଥା ନୁହେଁ, ପ୍ରତି ଦଶବର୍ଷକୁ ଥରେ ଆମେ ଦେଶରେ ଜନସଂଖ୍ୟା ଗଣନା କରିଥାଉ। ସ୍ଵାଧୀନତା ପରଠାରୁ ଆଜି ଭିତରେ ୬ ଥର ଏହିପରି ଜନସଂଖ୍ୟାରେ ଗଣନା ହୋଇଛି। ଏଥର କିନ୍ତୁ ଏ ବିଷୟ ଚର୍ଚାରେ ରହିବାର କାରଣ ହେଉଛି ଜାତିଭିତ୍ତିକ ଜନଗଣନା। ଯେକୌଣସି ଦେଶରେ ଜନସଂଖ୍ୟାକୁ ତାହାର ସମ୍ବଳ ଭାବେ ଗ୍ରହଣ କରାଯାଇଥାଏ। ଦେଶର ଅର୍ଥନୀତିକ ବିକାଶ ମାନବ ସମ୍ବଳର ଦକ୍ଷତା ଓ ବିକାଶ ଉପରେ ନିର୍ଭର କରିଥାଏ। ଏହି ଧାରାରେ ଜନସଂଖ୍ୟାକୁ ଦେଶର ଲାଭାଂଶ ଭାବେ ବି ଗ୍ରହଣ କରାଯାଏ। ଏଣୁ ଜନସଂଖ୍ୟା ଉପରେ ନିବେଶ ଦେଶ ପାଇଁ ଜରୁରୀ । ଏହାକୁ ଦୃଷ୍ଟିରେ ରଖି ବିଗତ କିଛିବର୍ଷ ହେଲା ଦେଶର ସମସ୍ତ ରାଜନୀତିକ ଦଳ ଉଭୟ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରରେ ଏହି ଜନସଂଖ୍ୟାର ଗୁଣାତ୍ମକ ବିକାଶ ଲାଗି ଅନେକ ଜନମଙ୍ଗଳ କାର୍ଯ୍ୟ ଘୋଷଣା ତଥା ରୂପାୟନ କରୁଛନ୍ତି। କାରଣ ସାମାଜିକ ପରିବର୍ତ୍ତନ ଲାଗି ଗୁଣାତ୍ମକ ମାନବସମ୍ବଳର ଯଥେଷ୍ଟ ଆବଶ୍ୟକତା ରହିଛି। ଏଣୁ ଜନସଖ୍ୟା ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ଆମର ଜନସମ୍ପଦର ବିସ୍ତୃତ ବିବରଣୀ ଆବଶ୍ୟକ ହୋଇଥାଏ। ପୁଣି ମାନବ ସମ୍ବଳର ସୁରକ୍ଷା ଲାଗି ଏହି ତଥ୍ୟ ସବୁ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ। ଏହି ଅନୁସାରେ ବିଚାର କଲେ ଗୁଣାତ୍ମକ ମାନବସମ୍ବଳର ବିକାଶ ଲାଗି ଗୁଣାତ୍ମକ ଶିକ୍ଷାର ଯଥେଷ୍ଟ ଆବଶ୍ୟକ ରହିଛି। ଯଦି ଆମେ ତାହା ନକରୁଛୁ ତେବେ ସେହି ଜନସଂଖ୍ୟା ଆମର ସମ୍ପଦ ହେବା ବଦଳରେ ଦେଶ ପାଇଁ ବିପଦ ହେବା ଆଶଙ୍କା ବି ରହିଛି। ଜାତିସଂଘ ବିଶ୍ଵ ଜନସଂଖ୍ୟା ରିପୋର୍ଟ- ୨୦୧୯ ଅନୁସାରେ ଭାରତର ଜନସଂଖ୍ୟା ଯଥେଷ୍ଟ ଦ୍ରୁତ ଗତିରେ ଅଗ୍ରସର ହେଉଛି ଏବଂ ଏହା ୨୦୨୭ ମସିହା ବେଳକୁ ଚୀନକୁ ବି ଟପିବା ଆଶଙ୍କା ରହିଛି।

ଗତ ୫୦ ବର୍ଷ ହେଲା ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଲାଗି ଅନେକ ଯୋଜନା କାର୍ଯ୍ୟକ୍ରମ କରାଯାଇଛି, ସେଥିରେ ଗୁରୁତ୍ଵପୂର୍ଣ୍ଣ ହେଉଛି ପରିବାର ନିୟୋଜନ ଯୋଜନା। କିନ୍ତୁ ଏହି ଯୋଜନା ଜନସଂଖ୍ୟା ବୃଦ୍ଧିର ସାମାଜିକ ଏବଂ ଆର୍ଥିକ ଦିଗକୁ ଅନୁଶୀଳନ କରିବାରେ ବିଫଳ ହୋଇ ଆସୁଛି। ଏଣୁ ଯେଉଁ ଆହ୍ବାନ ସବୁର ଆମେ ଜନସଂଖ୍ୟା ବୃଦ୍ଧି ହେତୁ ସମ୍ମୁଖୀନ ହେଉଛୁ ସେଗୁଡ଼ିକୁ ଠିକଣା ଭାବେ ଅନୁଶୀଳନ କରିବା ଆବଶ୍ୟକ ରହିଛି। ଆମ ଭିତରେ ଏକ ସାଧାରଣ ଧାରଣା ରହିଛି ଯେ, ଯଦି ଜନସଂଖ୍ୟା ବୃଦ୍ଧି ଘଟିବ ତେବେ ମୁଣ୍ଡପିଛା ଆୟ କମିବ ଆଉ ଏହା ଦ୍ଵାରା ଦେଶ ଦରିଦ୍ର୍ୟ ହେବ। ଅପରପକ୍ଷେ ଦେଖିଲେ ଏକ ବିଂଶ ଶତାବ୍ଦୀରେ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ପୂର୍ବରୁ ଲୋକେ ଭାବୁଥିଲେ ଯେ, ସେମାନଙ୍କଠାରୁ ଜନ୍ମ ନେଉଥିବା ପିଲାମାନେ ତାଙ୍କର ବୃଦ୍ଧ କାଳର ଆଶ୍ରା ହେବେ। ସେଥିଲାଗି ସେମାନେ ଅଧିକରୁ ଅଧିକ ପିଲା ଜନ୍ମ କରୁଥିଲେ। ସେହିପରି ନିରକ୍ଷରତା ଏବଂ ପରମ୍ପରା ଜନସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ ହେଉଥିଲା। ଅନେକ ସମୟରେ ଧର୍ମୀୟ ଭାବନା ମଧ୍ୟ ଆମ ଜନସଂଖ୍ୟା ବଢ଼ାଇବାରେ ସହାୟକ ହୋଇଛି। ହେଲେ ମେଡିକାଲ୍‌ ବିଜ୍ଞାନର ବିକାଶ ଏବଂ ଲୋକଙ୍କ ଚିନ୍ତାଧାରା ଏ ଭିତରେ ଅନେକ ପ୍ରଗତୀ କରିଛି। ଚିକିତ୍ସା ବିଜ୍ଞାନର ବିକାଶ ଯୋଗୁ ଦେଶରେ ମୃତ୍ୟୁହାର ହ୍ରାସ ପାଇଛି।

ଯଦିଓ ଭାରତର ଲୋକସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି କିନ୍ତୁ ଏସିଆ ମହାଦେଶରେ ଥିବା ଅନ୍ୟ ଦେଶମାନଙ୍କରେ ଜନସଂଖ୍ୟା ବୃଦ୍ଧିହାରକୁ ତୁଳନା କଲେ ଆମ ଦେଶର ଜନସଂଖ୍ୟା ବୃଦ୍ଧିହାର ସର୍ବନିମ୍ନ ରହିଛି। ୧୯୫୧-୭୧ ମଧ୍ୟରେ ଭାରତର ଜନସଂଖ୍ୟା ଅଭିବୃଦ୍ଧି ହାର ୨.୧ ପ୍ରତିଶତ ଥିଲା। ୧୯୭୧-୯୧ ମଧ୍ୟରେ ତାହା ୨.୨ ପ୍ରତିଶତ ଥିଲା।୧୯୯୧ରୁ ୨୦୧୧ ମଧ୍ୟରେ ଏହି ହାର ୧.୯୮କୁ ଖସିଥିବା ବେଳେ ୨୦୧୧ରୁ ୨୦୧୬ ମଧ୍ୟରେ ଜନସଂଖ୍ୟା ଅଭିବୃଦ୍ଧି ହାର ୧.୩ ପ୍ରତିଶତ ରହିଥିଲା। ୨୦୧୧-୧୨ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଭାରତର ବାର୍ଷିକ ଜନସଂଖ୍ୟା ଅଭିବୃଦ୍ଧି ହାର ହେଉଛି ୧.୧ ପ୍ରତିଶତ। ୨୦୨୧-୨୦୩୧ ମସିହା ଭିତରେ ଦେଶର ଜନସଂଖ୍ୟା ଅଭିବୃଦ୍ଧି ହାର ୦.୭ ପ୍ରତିଶତରେ ସୀମିତ ରହିବ ବୋଲି ଆକଳନ କରାଯାଇଛି। ୨୦୩୧ରୁ ୨୦୪୧ ଭିତରେ ଜନସଂଖ୍ୟା ଅଭିବୃଦ୍ଧି ହାର ୦.୫ ପ୍ରତିଶତ ରହିବ ବୋଲି ସରକାରୀ ସ୍ତରରେ ଆକଳନ କରାଯାଇଛି। ଏହା ସତ୍ୟଯେ, ଆମ ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମ୍‌। ପୁଣି ନିରନ୍ତର ଭାବେ ଆମ ଦେଶରେ ଯୁବା ଗୋଷ୍ଠୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଶା କରାଯାଉଛି ଯେ, ଆସନ୍ତା ଦଶକରେ ଦେଶର କାର୍ଯ୍ୟ ସକ୍ଷମ ବୟସ ବର୍ଗ ତଥା ୨୦ରୁ ୫୯ ବର୍ଷ ବୟସ ଭିତରେ ଯୁବାବର୍ଗଙ୍କ ସଂଖ୍ୟା ଦେଶର ସମୁଦାୟ ସନସଂଖ୍ୟାରେ ଅଧିକ ରହିବ। ୨୦୪୧ ବେଳକୁ ଭାରତୀୟଙ୍କ ହାରାହାରି ବୟସ ୫୯ ଥିବ ବୋଲି ଆକଳନ କରାଯାଇଛି। ‘ସାମ୍ପଲ୍‌ ରେଜିଷ୍ଟ୍ରେସନ୍‌ ସିଷ୍ଟମ୍‌ ଡେଟା’ ( ନମୁନା ପଞ୍ଜିକରଣ ବ୍ୟବସ୍ଥା ତଥ୍ୟ) ଅନୁସାରେ ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ହରିୟାଣା, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଆବଶ୍ୟକ ଯଥେଷ୍ଟ ରହିଛି। ଏହିସବୁ ରାଜ୍ୟ ନିଜର ଜନସଂଖ୍ୟା ହ୍ରାସ କରିବା ଏବଂ ସ୍ଥିରତା ଆଣିବା ଦିଗରେ ପ୍ରୟାସ କରିବା ଆବଶ୍ୟକ। ଜନସଂଖ୍ୟା ବୃଦ୍ଧର ଆମ ଆଗରେ ଅନେକ ଆହ୍ବାନ ଠିଆ କରେ। ସେଗୁଡ଼ିକ ଭିତରୁ ଗୁଣାତ୍ମକ ଜୀବନ ଶୈଳୀ, ଜନସଂଖ୍ୟା ଭିତ୍ତିକ ଲାଭାଂଶ, ସହରାଞ୍ଚଳରେ ଲୋକସଂଖ୍ୟା ବୃଦ୍ଧି ଏବଂ ରୋଜଗାରରେ ଅସମାନତା ପ୍ରଭୃତି ଏହି ଆହ୍ବାନ ଗୁଡ଼ିକ ଭିତରୁ ପ୍ରଧାନ। ‘ଇଣ୍ଡିଆ ଏଜ୍‌’ ରିପୋର୍ଟ-୨୦୧୭ ଅନୁସାରେ ଦେଶର ୨୦୧୫ ମସିହାରେ ଦେଶର ସମୁଦାୟ ୬୦ ବର୍ଷରୁ ଅଧିକ ବୟସସ୍କଙ୍କ ସଂଖ୍ୟା ଦେଶର ସମୁଦାୟ ଲୋକସଂଖ୍ୟାର ୮ ପ୍ରତିଶତ ଥିଲା। ତାହା ୨୦୫୦ ବେଳକୁ ୧୯ ପ୍ରତିଶତରେ ପହଞ୍ଚିବା ସମ୍ଭାବନା ରହିଛି।

ସମୟର ଆବଶ୍ୟକତା ଅନୁସାରେ ଲୋକଙ୍କୁ ସକ୍ଷମ ମାନବ ସମ୍ବଳରେ ପରିଣତ କରିବା ଜରୁରୀ ରହିଛି। ଏଥିଲାଗି ପ୍ରାଥମିକ ଏବଂ ଉଚ୍ଚ ଶିକ୍ଷାରେ ସଂସ୍କାର ଆଣିବା ଜରୁରୀ। ଛାତ୍ରଛାତ୍ରୀଙ୍କ ମନରେ ଗବେଷଣା ମନୋବୃତ୍ତି ବୃଦ୍ଧି କରିବାକୁ ହେବ। ଏଭଳି କ୍ଷେତ୍ରରେ ସ୍କିଲ୍‌ ଇଣ୍ଡିଆ ଯୁବାବର୍ଗଙ୍କୁ ଆକର୍ଷିତ କରିପାରିବ। ଏହି ପ୍ରକାର କାର୍ଯ୍ୟକ୍ରମକୁ ନିରନ୍ତର କରାଯିବା ଦରକାର । ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଧାରିବା ଲାଗି ସେଠାର ଯୁବାଗୋଷ୍ଠୀଙ୍କୁ ଧନ୍ଦାମୂଳକ କାର୍ଯ୍ୟକ୍ରମ ବାବଦରେ ତାଲିମ ଦିଆଯିବା ଦରାକର। ପ୍ରାଥମିକ ସ୍ତରରେ ଲୋକଙ୍କ ଭିତରେ ଦେଖାଦେଉଥିବା ସମସ୍ୟାକୁ ମୁକାବିଲା କରିବା ଲାଗି ଗ୍ରାମାଞ୍ଚଳ ଔଷଧକୁ ଆମେ ଗୁରୁତ୍ଵ ଦେବା ଦରକାର। ଏହିପରି ଭାବେ ଆମେ ସେମାନଙ୍କ କ୍ଷମତାକୁ ଉପଯୋଗ କରି ସେମାନଙ୍କୁ ରୋଜଗାରକ୍ଷମ କରିପାରିବା। ଗଲା କିଛି ମାସ ହେଲା ଦେଶ ଆମର ଅସ୍ଥାୟୀ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି। ତଥାପି ବିଦେଶରେ ଥିବା ଭାରତୀୟ ପ୍ରଫେସନାଲ୍‌, ଶ୍ରମିକ, ସଫ୍ଟଓ୍ବେର ଇଞ୍ଜିନିୟରଙ୍କଠାରୁ ଦେଶକୁ ବିଦେଶୀ ମୁଦ୍ରା ଆସିବା ଜାରି ରହିଛି। ଏଭଳି କଠୋର ସମୟରେ ଭିତରେ ଦକ୍ଷ ମାନବସମ୍ବଳ କାମକୁ ଆସିପାରନ୍ତି। ସେମାନଙ୍କ ଦ୍ଵାରା ଦେଶର ଅର୍ଥନୀତିରେ ସୁଧାର ଆସିବା ସମ୍ଭାବନା ରହିଛି। ଚୀନ ପାଖରେ ବିଶ୍ଵର ସର୍ବାଧିକ ଲୋକ ସଂଖ୍ରଶ ରହିଛି। ସେଠାରେ ଲୋକମାନେ ନିଜର ଦକ୍ଷମତାକୁ ଶାଣିତ କରି ଗୁଣାତ୍ମକ ଜୀବନ ଅତିବାହିତ କରିବାର ରାସ୍ତା ପାଇଛନ୍ତି। ଏହାଦ୍ଵାରା ସେମାନେ ବିଶ୍ଵର ଏକ ଗୁରୁତ୍ଵପୂର୍ଣ୍ଣ ଶକ୍ତି ଭାବେ ଉଭା ହୋଇପାରିଛନ୍ତି। ଏହା ଏବେ ଆମେରିକା ଭଳି ଦେଶକୁ ମଧ୍ୟ ଧମକ ଦେବାରେ ସକ୍ଷମ ହୋଇପାରିଛି। ଚୀନଠାରୁ ଆମେ ଏହା ଶିକ୍ଷା କରିବା ଦରକାର ଯେ, ଜନସଂଖ୍ୟା ଅଧିକ ହେଲେ ମଧ୍ୟ ଯଦି ଏହାର ମାନବ ସମ୍ବଳକୁ ଉଚିତ ଟେକ୍ନୋଲୋଜି ଶିକ୍ଷା ଦିଆଯାଇ ତାଙ୍କର ଦକ୍ଷତା ବୃଦ୍ଧି କରାଯିବ ତେବେ ସେ ଦେଶ କ୍ଷମତାଶାଳୀ ହୋଇପାରିବ। ଏବଂ ଏହା ଆଉ ଅଭିଶାପ ନୁହେଁ ବରଂ ଆଶୀର୍ବାଦର ପରିଶତ ହୋଇପାରିବ। ଅପରପକ୍ଷେ ଅତ୍ୟଧିକ ଜନସଂଖ୍ୟା ଏକ ଅଭିଶାପ ହୋଇଥାଏ, ଯେତେବଳେ ସେମାନେ ଦେଶର ସମ୍ପଦ ହୋଇ ନପାରନ୍ତି ବା ଦକ୍ଷ ହୋଇ ବିକାଶ ମାର୍ଗରେ ସହାୟକ ହୋଇ ନପାରନ୍ତି। ଏଣୁ ଭାରତକୁ ଏ ଦିଗରେ ଚିନ୍ତା କରି ଏହାର ଜନସଂଖ୍ୟାକୁ ଆବଶ୍ୟକ ଶିକ୍ଷା ପ୍ରଦାନ କରି ତାଙ୍କୁ ଦକ୍ଷ କରିବା ଲାଗି ପଦକ୍ଷେପ ନେବା ଦରକାର। ଏ ଭିତରେ ଭାରତ ସରକାର ଜନସଂଖ୍ୟାର ଗୁଣାତ୍ମକ ବିକାଶ ଲାଗି ‘ବେଟି ପଢ଼ାଓ , ବେଟି ବଚାଓ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ଵାରା ଦେଶର ଅର୍ଥନୀତିକ ବିକାଶ ଦିଗରେ ଆମେ ମାନବସମ୍ବଳ ବିକାଶ ସୃଷ୍ଟି ଧାରାରରେ ସମର୍ଥ ହେଉଛୁ। ଏହି ପ୍ରକାର କାର୍ଯ୍ୟକ୍ରମ ଦେଶକୁ ଜନସଂଖ୍ୟାର ଲାଭ ପ୍ରଦାନ କରିଥାଏ। ଯେତେବଳେ ଲୋକଙ୍କ ଆଗରେ ନିଯୁକ୍ତିର ସୁଯୋଗ ଉଜ୍ଜଳ ରହିବ ସେତବଳେ ବେକାରୀ ସମସ୍ୟା ଦୂର ହେବା ସ୍ଵଭାବିକ। ଏହାଦ୍ଵାରା ଅର୍ଥନୀତିକ ବିକାଶ ଘଟିବ। ଏଣୁ ସରକାରଙ୍କ ଦ୍ଵାରା ଏହି ମାର୍ଗରେ ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରାଯାଉଛି ସେଗୁଡ଼ିକ ସମ୍ପତ୍ତି କେନ୍ଦ୍ର ସୃଷ୍ଟିର ଗୋଟିଏ ଗୋଟିଏ ନାଗରିକ କେନ୍ଦ୍ର ବୋଲି ଗଅହଣ କରିବାକୁ ହେବ। ଦେଶର ଅର୍ଥନୀତିକ କ୍ଷେତ୍ର କେବଳ ମାନବ ସମ୍ପଦ ସୃଷ୍ଟି ଏବଂ ଏହାର ଦକ୍ଷତା ବୃଦ୍ଧି ଦ୍ଵାରା ହିଁ ସମ୍ଭବ ହୋଇପାରିବ। ଏହାସାବ୍ୟସ୍ତ ହୋଇପାରିଲେ ଜନସଂଖ୍ୟା ବିସ୍ଫୋରଣ ଦେଶ ପାଇଁ ଅଭିଶାପ ନୁହେଁ ବରଂ ଆଶୀର୍ବାଦ ହିଁ ହେବ।

ଡି. ଏମ୍‌ ବୁଚିଆ, ବାଣିଜ୍ୟ ବିଭାଗ ସହକାରୀ ଅଧ୍ୟାପକ

ABOUT THE AUTHOR

...view details