ଓଡିଶା

odisha

ETV Bharat / bharat

ବିହାରରେ ଜାନୁଆରୀ 4ରେ ଖୋଲିପାରେ ଶିକ୍ଷାନୁଷ୍ଠାନ - Educational institution can open in Bihar

ବିହାରରେ ଆସନ୍ତା ବର୍ଷ ଜାନୁଆରୀ 4 ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

Educational institution can open in Bihar on 4th December 2021
ବିହାରରେ ଜାନୁଆରୀ 4ରେ ଖୋଲିପାରେ ଶିକ୍ଷାନୁଷ୍ଠାନ

By

Published : Dec 25, 2020, 5:10 PM IST

ପାଟନା: ଆସନ୍ତା ବର୍ଷ ଜାନୁଆରୀ 4 ତାରିଖରେ ବିହାରରେ ଶିକ୍ଷାନୁ୍ଷ୍ଠାନ ଖୋଲିବା ନେଇ ରାଜ୍ୟ ଶିକ୍ଷା ବିଭାଗ ଗାଇଡଲାଇନ ଜାରି କରିଛି । ତେବେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ 50 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ଖୋଲିବା ସହିତ କୋରୋନାର ସମସ୍ତ ଗାଇଡଲାଇନକୁ ପାଳନ କରିବେ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ପ୍ରଥମ ପର୍ଯ୍ୟାୟରେ ନବମ ଶ୍ରେଣୀରୁ ଦ୍ବାଦଶ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟରେ ପାଠ୍ୟକ୍ରମ ସମୟରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ କୋରୋନା କଟକଣାକୁ ପାଳନ କରିବେ । ଅବଶିଷ୍ଟ ଶ୍ରେଣୀର ପାଠ୍ୟକ୍ରମ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବା ସମ୍ପର୍କରେ ଜାନୁଆରୀ 18 ତାରିଖରେ ବୈଠକ ଅନୁଷ୍ଠିତ ହୋଇ ନିଷ୍ପତ୍ତି ନିଆଯିବ ବୋଲି ଶିକ୍ଷା ବିଭାଗର ମୁଖ୍ୟ ସଚିବ ସଞ୍ଜୟ କୁମାର ସୂଚନା ଦେଇଛନ୍ତି ।

ଏହାସହିତ ଶିକ୍ଷାନୁଷ୍ଠାନକୁ ଆସି ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଅଭିଭାବକଙ୍କଠାରୁ ଏକ ଅନୁମତି ପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । ଘରେ ରହି ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅନୁମତି ଦିଆଯିବ । ପ୍ରତ୍ୟେକ ସରକାରୀ ଛାତ୍ରଛାତ୍ରୀଙ୍କୁ ଜୀବିକା ଦିଦିଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା 2ଟି ମାସ୍କ ଦିଆଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।

ପୂର୍ବରୁ ରାଜ୍ୟରେ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ, ମହାବିଦ୍ୟାଳୟ, କୋଚିଙ୍ଗ ସେଣ୍ଟର, ମେଡିକାଲ ଓ ଇଞ୍ଜିନିୟରିଂ କଲେଜ ଖୋଲିବା ନେଇ ଡିସେମ୍ବର 18 ତାରିଖରେ ସଙ୍କଟ ପରିଚାଳନା ସଂସ୍ଥା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତେବେ କୋରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସ 15 ତାରିଖରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ।

ABOUT THE AUTHOR

...view details