ନୂଆଦିଲ୍ଲୀ: କୁକୁଡା ଲେଗ ଉପରେ ଆମଦାନୀ ଶୁଳ୍କ କମ କରିବା ପାଇଁ ଭାରତ ଉପରେ ଆମରିକା ଚାପ ପକାଉଛି । ଏ ନେଇ ଭାରତୀୟ କୁକୁଡାପାଳନ ଉଦ୍ୟୋଗ ଚିନ୍ତାରେ ପଡିଯାଇଛନ୍ତି । କାରଣ ଶୁଳ୍କ କମିଲେ ଉଦ୍ୟୋଗଗୁଡିକୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିବ । ଏଥିଯୋଗୁଁ ଆମେରିକାର ଦାବି ନ ମାନିବା ପାଇଁ ଭାରତୀୟ କୁକୁଡାପାଳନ ଉଦ୍ୟୋଗ(Poultry Industry) କେନ୍ଦ୍ର ସରକାରଙ୍କୁ ଅପିଲ କରିଛି ।
ସମଗ୍ର ଦେଶରେ ଦିନକୁ ଦିନ ଚିକେନ ଓ ମାଂସର ଚାହିଦା ବଢିବାରେ ଚାଲିଛି । ଏଥିଯୋଗୁଁ ଭାରତୀୟ କୁକୁଡାପାଳନ ଉଦ୍ୟୋଗ ସହ ଜଡିତ ଲୋକମାନଙ୍କ ଭଲ ଦୁଇପଇସା ରୋଜଗାର ମଧ୍ୟ ହେଉଛି । ହେଲେ ଏ ସବୁ ମଧ୍ୟରେ ଆମେରିକା ସହ ବଡ ସଂଖ୍ୟାରେ ଚିକେନ ଓ ମାଂସ ଆମଦାନୀ ଖବରରେ ସ୍ବଦେଶୀ କୁକୁଡାପାଳକ ଉପରେ ଚଡକ ପଡିଯାଇଛି । ଯଦି ଏପରି ଲାଗି ରୁହେ ତେବେ ବଜାର ଦାମରେ ହ୍ରାସ ପରିଲିଖିଚ ହେବ । ଯାହାର ପ୍ରତ୍ୟକ୍ଷ ପ୍ରଭାବ ଘରୋଇ କୃଷକଙ୍କ ବେପାରୀଙ୍କ ଉପରେ ପଡିବ ।
ବର୍ତ୍ତମାନ ସମୟରେ ଭାରତ ପୋଲ୍ଟ୍ରି ଆମଦାନୀ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁଛି । ଆମେରିକା ଏହାକୁ 30 ପ୍ରତିଶତ କରିବାକୁ ଚାପ ପକାଉଛି । ପୂର୍ବରୁ ପୋଲ୍ଟ୍ରି ଦାମ ଖସୁଥିବା କାରଣରୁ ଏହି ଉଦ୍ୟୋଗକୁ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା । ଏଇ କିଛି ବର୍ଷରେ ମାଂସର ଉପଯୋଗୀତା ଅଧିକ ବଢିଥିବାରୁ ଏହି ବ୍ୟବସାୟ ସହ ଜଡିତ କୃଷକଙ୍କ ଆଗାମୀ କେଇ ଦିନରେ ନିଜ କ୍ଷତି ଭରପୋଷଣ କରିବାର ସୁଯୋଗ ପାଇବହେ । ଏଣୁ ଏଭଳି ସମୟରେ ବିଦେଶୀ ଉତ୍ପାଦ ପାଇଁ ବଜାର ଖୋଲିବା ବିପଦ ସାବ୍ୟସ୍ତ ହେବ ।
ଆମେରିକାରୁ ଚିକେନ ଲେଗ ଆମଦାନୀ ପଛରେ ବହୁତ ରୋଚକ କାରଣ ରହିଛି । ଆମେରିକା ଲୋକ ଚିକେନର ବ୍ରେଷ୍ଟ ଖାଇବାକୁ ପସନ୍ଦ କରନ୍ତି । କାରଣ ଏଥିରେ ଫ୍ୟାଟ ମାତ୍ରା କମ ରହିଥାଏ । ହେଲେ ଚିକେନ ଲେଗରେ ବ୍ରେଷ୍ଟ ମୁକାବିଲାରେ ଅଧିକ ଫ୍ୟାଟ ରହିଥାଏ ।
ଏହା ବ୍ୟତୀତ ଆମେରିକା ଲୋକ ଖାଇବା ପାଇଁ ଛୁରୀ ଓ କଣ୍ଟା ଚାମଚର ବ୍ୟବହାର କରନ୍ତି । ଆଉ ଚିକେନ ଲେଗ ଏଭଳି ଶୈଳୀରେ ଖାଇବା କଷ୍ଟକର । ଏହି ସବୁ କାରଣରୁ ଆମରିକାରେ ଚିକେନ ଲେଗ ଚାହିଦା କମିଛି ।
ଆମରିକା ଏହା ପୂର୍ବରୁ ୟୁରୋପିଅନ ୟୁନିୟନ, ଚୀନ ଓ ବିକାଶଭିମୁଖୀ ଦେଶରେ ଚିକେନ ଲେଗର ରପ୍ତାନୀ କରିଥାଏ । ସମୟ ସହ ଏଠାକାର ବଜାରରେ ଘରୋଇ ଉତ୍ପାଦର ପରିମାଣ ଯଥେଷ୍ଟ ହୋଇଗଲା । ଆମେରିକା ଓ ଚୀନ ମଧ୍ୟରେ ବୃଦ୍ଧି ପାଉଥିବା ବ୍ୟାପାର ବିବାଦ ଯୋଗୁଁ ଆମେରିକା ଧ୍ୟାନ ଏବେ ଭାରତୀୟ ବଜାର ଆଡକୁ ମୁହାଁଉଛି । 13 କୋଟି ଜନସଂଖ୍ୟା ସହ ଭାରତୀୟ ବଜାର ଆମେରିକା ପାଇଁ ଅତ୍ୟନ୍ତ ଆକର୍ଷଣୀୟ । ଭାରତରେ ଚିକେନ ଲେଗପର ଚାହିଦା ଅଧିକ ରହିଥିବା ଯୋଗୁଁ ଆମେରିକି ନିଜ ଦେଶ ଉତ୍ପାଦନ ହେଉଥିବା ଅଧିକ ଚିକେନକୁ ଭାରତକୁ ପଠାଇବାକୁ ଚାହୁଁଛି । ପୋଲ୍ଟ୍ରି ମିଟ ଆମେରିକାରେ ସବୁଠୁ ଶସ୍ତା ରହିଥାଏ । ଏଥିଯୋଗୁଁ ଏହି ସବୁ ଉତ୍ପାଦ ଭାରତୀୟ ବଜାରରେ ବହୁତ କମ ଦାମରେ ଉପଲବ୍ଧ କରାଯାଇପାରିବ ।