ଲକ୍ଷ୍ନୌ: ଗାୟତ୍ରୀ ପ୍ରଜାପତି କମ୍ପନୀ ମ୍ୟାନେଜରଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ । କମ୍ପାନୀ ମ୍ୟାନେଜର ବ୍ରଜଭୁବନ ଚୌବେ ୟୁପି ସରକାରଙ୍କ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ପାଖରେ ମାତ୍ରାଧିକ ଆୟବର୍ହିଭୁତ ସମ୍ପତ୍ତି ଥିବା ନେଇ ଇଡିରେ ଅଭିଯୋଗ କରିଥିଲେ । ତେବେ ଏହି ମାମଲାକୁ ଇଡିରେ ହାଜର ହୋଇ ତଥ୍ୟ ରଖିବାକୁ ବ୍ରଜଭୁବନଙ୍କୁ ସମନ ଜାରି କରିଛି ଇଡି । ସମନ ଅନୁଯାୟୀ ଆସନ୍ତା 12 ତାରିଖରେ କମ୍ପାନିର ମ୍ୟାନେଜର ବ୍ରଜଭବନ ଚୌବେ ଲକ୍ଷ୍ନୌ ସ୍ଥିତ ଇଡି କାର୍ଯାଳୟରେ ପହଞ୍ଚିବା ପରେ ସେଠାରେ ତାଙ୍କ ବୟାନ ରେକର୍ଡ କରାଯିବା ନେଇ ସୂଚନା ରହିଛି ।
ଉତ୍ତର ପ୍ରଦେଶର ସମାଜବାଦି ପାର୍ଟି ସରକାରରେ ଖଣି ମନ୍ତ୍ରୀ ଥିବା ଗାୟତ୍ରୀ ପ୍ରଜାପତି ନିଜ କ୍ଷମତା କାଳରେ ଅନେକ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ । ଏହି ମାମଲାରେ ଏବେ ଗାୟତ୍ରୀ ପ୍ରଜାପତିଙ୍କ ପ୍ରତି ଅଡୁଆ ବଢିବାରେ ଲାଗିଛି । ଗତ କିଛିଦିନ ତଳେ ଗାୟତ୍ରୀ ପ୍ରଜାପତିଙ୍କ ବିରୋଧରେ ଠକେଇ ଓ ଜୀବନରୁ ମାରିଦଦେବାକୁ ଧମକ ଦେଇଥିବା ପରି ଅଭିଯୋଗ ଆଣି ଗୋମତି ନଗର ଥାନାରେ ଏତଲା ଦେଇଥିଲେ ବ୍ରଜଭବନ । ପରେ ସେ ଗାୟତ୍ରୀ ପ୍ରଜାପତିଙ୍କ ନିକଟରେ ବେହିସାବ ଆୟବହିର୍ଭୁତ ସମ୍ମତ୍ତି ଅଛି ଓ ତାଙ୍କ ନିକଟରେ ସେସବୁର କାଗଜପତ୍ର ଥିବା ମଧ୍ୟ ଦାବି କରି ଇଡିକୁ ଚିଠି ଲେଖିଥିଲେ । ଏହି ଅଭିଯୋଗ ପାଇବା ପରେ ଇଡି ତାଙ୍କୁ ହାଜର ହୋଇ ତଥ୍ୟ ରଖିବାକୁ ସମନ ଜାରି କରିଛି ।